Patra electronics

ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି: ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି । ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ।  ଏଥିପାଇଁ ଅପରାହ୍ଣ ୫ ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଚ୍ଛେକ ଆସିବା ପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ। ଶାସ୍ତ୍ରୀୟ ବିଧି ଅନୁଯାୟୀ ବାମନ ଜନ୍ମ ନୀତି ପାଳନ କରାଯିବ।

Comments are closed.