www.samajalive.in
Sunday, December 7, 2025
26.1 C
Bhubaneswar

ଗଡ଼ାପୋଖରୀ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଆଠଗଡ଼/ବଡମ୍ବା: କଟକ ଜିଲା ବଡମ୍ବା ବ୍ଲକ ଅନ୍ତର୍ଗତ ଗଡ଼ାପୋଖରୀ ସରପଞ୍ଚ ଏଲିନା ଦାଶଙ୍କ ବିରୁଦ୍ଧରେ ଓ୍ବାର୍ଡ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରପଞ୍ଚଙ୍କ ଆଶାଳୀନ ବ୍ୟବହାର, ମନମୁଖୀ କାର୍ଯ୍ୟକଳାପ , ଓ୍ବାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ଅଣଦେଖା କରିବା ଭଳି ଅଭିଯୋଗ ହୋଇଛି। ଏପରିକି ସରପଞ୍ଚଙ୍କ ସ୍ବାମୀ ପ୍ରତ୍ୟେକ ସଭାରେ ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଓ୍ବାର୍ଡ ସଭ୍ୟ, ସଭ୍ୟାମାନଙ୍କୁ ଧମକ ଚମକ ଦେବା ସହ ରାଜରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏହାସହିତ ବିଗତ ୩୦ ମାସ ମଧ୍ୟରେ ଗ୍ରାମ ପଞ୍ଚାୟତରେ କୌଣସି ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ହୋଇନାହିଁ ଏବଂ ସରପଞ୍ଚଙ୍କ ଆନ୍ତରିକତା ଅଭାବ ତଥା ଅସହଯୋଗ ପାଇଁ ସମସ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି ବୋଲି ୱାର୍ଡ ସଭ୍ୟମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଏଥିସହିତ ଗ୍ରାମ ପଞ୍ଚାୟତ ବୈଠକରେ ଆଲୋଚନା ପାଇଁ ଯେତେବେଳେ ପ୍ରସ୍ତାବ ଆସିଛି ସେତେବେଳେ ସରପଞ୍ଚ ଉତକ୍ଷିପ୍ତ ହୋଇ ଆଶାଳୀନ ବ୍ୟବହାର କରିବା ସହ ତୁମ ମାନଙ୍କ କାମ କେବଳ ଦସ୍ତଖତ କରିବା ଅନ୍ୟ କାମରେ ମୁଣ୍ଡ ପୁରାଅ ନାହିଁ ବୋଲି କୁହନ୍ତି। ସେହିପରି ଅଧିକାଂଶ ସମୟ ବୈଠକ ନକରି ବିନା ଆଲୋଚନାରେ ସଭା ଶେଷ କରି ଦିଅନ୍ତି ବୋଲି ଅସନ୍ତୁଷ୍ଟ ଓ୍ବାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶୁଭକଲ୍ୟାଣୀ ମହାପାତ୍ର ସେମାନଙ୍କଠାରୁ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତ ଦାବିପତ୍ର ଗ୍ରହଣ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories