Patra electronics

ମାରୁତି ଶୋରୁମରେ ଲାଗୁଛି ୨୫ ହଜାର ଇଭି ଚାର୍ଜିଂ ଷ୍ଟେସନ, ଏମିତି ରହିଛି ଯୋଜନା..

ନୂଆଦିଲ୍ଲୀ : ମାରୁତି ସୁଜୁକି ଏପର୍ଯ୍ୟନ୍ତ ନିଜ ପ୍ରଥମ ଇଲେକ୍ଟ୍ରିକ୍ କାରର ବଜାର ପ୍ରବେଶ କରିନି । କିନ୍ତୁ କମ୍ପାନୀ ନିଜ ନେକ୍ସା ଡିଲରସିପରେ ଇ-କାର୍ ପାଇଁ ଚାର୍ଜିଂ ଷ୍ଟେସନ ଇନଷ୍ଟଲ୍ କରିବା ଆରମ୍ଭ କରିଦେଇଛି । ନିଜ ପ୍ରଥମ ଇଲେକ୍ଟ୍ରିକ୍ ଗାଡି କନସେପ୍ଟ ଇଭିଏକ୍ସ ମିଡସାଇଜ ଏସୟୁଭି ଲଞ୍ଚ୍ ପୂର୍ବରୁ ପ୍ରାୟ ୨୫ ହଜାର ଇଭି ଚାର୍ଜିଂ ଷ୍ଟେସନ ଲଗାଇବାର ଯୋଜନା କରୁଛି । ୨୩୦୦ ସହରରେ ୫୧୦୦ରୁ ଅଧିକ ସର୍ଭିସ ସେଣ୍ଟରରେ ମଜଭୁତ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

ଏହି ଚାର୍ଜିଂ ଢାଞ୍ଚା ପ୍ରସ୍ତୁତିରୁ ସ୍ପଷ୍ଟ ହେଉଛି କି କମ୍ପାନୀ ଇଭିଏକ୍ସର ଲଞ୍ଚ୍ ପୂର୍ବରୁ ନିଜ ଚାର୍ଜିଂ ବ୍ୟବସ୍ଥାକୁ ମଜଭୁତ କରିବାକୁ ଚାହୁଁଛି । ନେକ୍ସା ଡିଲରସିପରେ ଏହି ଗାଡି ବିକ୍ରି ହେବା ନେଇ ମଧ୍ୟ ଏଥିରୁ ସ୍ପଷ୍ଟ ହେଉଛି । କମ୍ପାନୀ ୧୭ରୁ ୨୨ ଜାନୁୟାରୀରେ ନୂଆଦିଲ୍ଲୀରେ ହେବାକୁଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଇଭିଏକ୍ସ ଏସୟୁଭିର ପ୍ରଡକ୍ସନ ସ୍ପେକରେ ପରଦା ଉଠାଇବ ।

ଏଥିରେ ଏକ ହାଇ-ମାଉଣ୍ଟେଡ୍ ଷ୍ଟପ୍ ଲ୍ୟାମ୍ପ, ଶାର୍କ ଫିନ୍ ଆଣ୍ଟିନା ଏବଂ ଏକ ସ୍ଲୋଭ ଟେରିସ୍ ମିଳିଥାଏ । ଏଥିରେ ୧୭ ଇଞ୍ଚର ଆଲୟ ହ୍ବିଲ ମିଳିବ । ଏଥିରେ ସିଙ୍ଗଲ ଓ ଡୁଆଲ ଇଲେକ୍ଟ୍ରିକ୍ ମୋଟର ସେଟଅପ୍ ଉଭୟ ଉପଲବ୍ଧ ହେବ । ଏହାକୁ ଥରେ ଚାର୍ଜ କଲେ ୫୦୦ କିମିର ଡ୍ରାଇଭିଂ ରେଞ୍ଜ ମିଳିବ । ମହିନ୍ଦ୍ରା ଏକ୍ସୟୁଭି ୭୦୦ ବେଷ୍ଟ୍ଡ ଇଲେକ୍ଟ୍ରିକ୍ ଏସୟୁଭି, ହ୍ୟୁଣ୍ଡାଇ କ୍ରେଟା ଇଭି, ଟାଟା କର୍ଭ ଇଭି, ହୋଣ୍ଡା ଏଲିଭେଟ୍ ଇଭି ସହିତ ଏହାର ମୁକାବିଲା ହେବ ।

Comments are closed.