www.samajalive.in
Sunday, December 7, 2025
26.1 C
Bhubaneswar

ଇଲେକ୍ଟ୍ରିକ କାରର ବିକ୍ରି ବଢାଇବା ପାଇଁ କମ୍ପାନୀମାନେ ଆଣୁଛନ୍ତି ନୂଆ ଉପାୟ

ନୂଆଦିଲ୍ଲୀ : ଭାରତୀୟ ଅଟୋ ବଜାରରେ କାର୍ କମ୍ପାନୀମାନେ ଇଲେକ୍ଟ୍ରିକ୍ ମଡେଲ ପାଇଁ ବଡ ବଜାରର ସନ୍ଧାନ କରୁଛନ୍ତି । ସମସ୍ତେ ନିଜ ପୋର୍ଟଫୋଲିଓକୁ ବଡ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଉତ୍ତମ ଚାର୍ଜିଂ ଇନଫ୍ରାଷ୍ଟ୍ରକ୍ଚର ଦେଇ ନିଜ ସ୍ଥିତିକୁ ଅଧିକ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ଷେତ୍ରରେ ଏବେ ଟାଟା ମୋଟର୍ସ ନାଁ ସାମିଲ ହୋଇଯାଇଛି । କମ୍ପାନୀ ମାଗଣା ଚାର୍ଜିଂ ଅଫର କରି ଗ୍ରାହକଙ୍କୁ ଆକର୍ଷିତ କରୁଛି । ଏମଜି ମୋଟର୍ସ ମଧ୍ୟ ଓ୍ବିଣ୍ଡସର ଇଭି ସହିତ ରେଣ୍ଟାଲ ବ୍ୟାଟେରୀ ସହିତ ନୂଆ ସ୍କିମ୍ ଆରମ୍ଭ କରିଛି ।

ଗତ କିଛି ବର୍ଷରେ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ବଢିଛି । ଏବେ ଭାରତରେ ୪.୨ ମିଲିୟନ୍ କାର ବାର୍ଷିକ ବିକ୍ରିରେ ଇଭିର ଯୋଗଦାନ ୨ ପ୍ରତିଶତ ରହିଛି । ବିକ୍ରି ପ୍ରଭାବିତ ହେବା ପରେ କମ୍ପାନୀମାନେ ଇଭି ଚାର୍ଜିଂକୁ ଅଧିକ ସରଳ ଏବଂ ମାଗଣା କରିବାକୁ ଯୋଜନା କରୁଛନ୍ତି । ଏମଜି ମୋଟର ନୂଆ ଇଭିକୁ ବ୍ୟାଟେରୀ ସେବା ସହିତ ବଜାରକୁ ଆଣିଛି । ଏହା ସମ୍ପୂର୍ଣ୍ଣ ରୂପେ ନୂଆ ସୁବିଧା ଯାହାଦ୍ବାରା ଗ୍ରାହକ ଲାଭାନ୍ବିତ ହୋଇପାରିବେ।

ଆଇଫୋନ୍‌ ୧୬ର ଅଗ୍ରୀମ ବୁକିଂ ଆଜିଠୁ: ୫୦୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ସହ ମିଳୁଛି ଅନେକ ଅଫର

- Advertisement -

ଟାଟା ମୋଟର୍ସ ମଧ୍ୟ ଗତ ବର୍ଷ ଅପେକ୍ଷା ୧୫ ପ୍ରତିଶତ କମ୍ ଇଲେକ୍ଟ୍ରିକ୍ ଗାଡି ବିକ୍ରି କରିବା ପରେ ନୂଆ ଉପାୟ ଆପଣାଇଛି । କମ୍ପାନୀ ପଞ୍ଚ୍ ଓ ନେକ୍ସନର ଇଲେକ୍ଟ୍ରିକ୍ ମଡେଲ ଉପରେ ପ୍ରାୟ ୧୦ରୁ ୨୦ ପ୍ରତିଶତ ଦାମ୍ କମାଇଛି । ଏହା ସହିତ ୫,୫୦୦ ଷ୍ଟେସନରେ ୬ ମାସ ପର୍ଯ୍ୟନ୍ତ ମାଗଣା ଚାର୍ଜିଂ ସୁବିଧା ମଧ୍ୟ ପ୍ରଦାନ କରୁଛି । କହିରଖୁଛୁ ଖାଲି ଚାରିଚକିଆ ଇଭି ନୁହେଁ, ବରଂ ଇ-କମର୍ସ କମ୍ପାନୀଙ୍କ ବର୍ଦ୍ଧିତ ଚାହିଦା ଯୋଗୁଁ ଇଲେକ୍ଟ୍ରିକ୍ ସ୍କୁରର ବିକ୍ରିରେ ମଧ୍ୟ ବୃଦ୍ଧି ପାଇଛି । ସେମାନେ ମଧ୍ୟ ବିକ୍ରି ବଢାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories