www.samajalive.in
Sunday, December 7, 2025
26.1 C
Bhubaneswar

ଲଗାଣ ବର୍ଷାରେ ଘର କାନ୍ଥ ଭୁଣୁଡି ୩ ଆହତ, ଘଟଣାସ୍ଥଳରେ ପହଞ୍ଚିଲା ପ୍ରଶାସନ

ମାଲକାନଗିରି:ଗତ କିଛି ଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଘର କାନ୍ଥ ଭୁଶୁଡି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇ କୁଡୁମୁଳୁଗୁମ୍ମା ଗୋଷ୍ଠୀ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି । ଏପରି ଘଟଣା ଆଜି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ରଚାୟତ ତୋଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଏହି ଗ୍ରାମର ମଙ୍ଗରାଜ ହନ୍ତାଳ ନାମକ ବ୍ୟକ୍ତି ତାଙ୍କ ପରିବାରକୁ ନେଇ ନିଜ ଘରେ ଶୋଇ ରହିଥିଲେ। ତେବେ ଗତକାଲି ମଧ୍ୟରାତ୍ର ପ୍ରାୟ ୨.୩୦ ସମୟରେ ଲଗାଣ ବର୍ଷା ଫଳରେ ମଙ୍ଗରାଜ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡି ତାଙ୍କ ଉପରେ ପଡ଼ିଥିଲା। ଫଳରେ ମଙ୍ଗରାଜଙ୍କ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀ ହନ୍ତାଳ ଏବଂ ୭ ବର୍ଷ ର ପୁଅ ଆଜୁ ହନ୍ତାଳ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣ। ଘଟିବା ପରେ ପଡ଼ୋଶୀ ଙ୍କ ସହାୟତା ରେ ସଙ୍ଗେ ସଙ୍ଗେ କୁକୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା କରଯାଇଥିଲା ,ଉଭୟଙ୍କ ସ୍ବସ୍ଥ ଅବସ୍ଥା ଠିକ ହୋଇଥିବା ଯୋଗୁଁଁ ସେ ନିଜ ଘରକୁ ଫେରି ଯାଇଥିବା କୁଡୁମୁଳୁଗୁମ୍ମା ହସ୍ପିଟ।ଲ ଡାକ୍ତର ମହେଶ ପତି ସୂଚନା ଦେଇଛନ୍ତି।

- Advertisement -

ଉକ୍ତ ଘଟନା ସମ୍ପର୍କରେ ଗ୍ରାମର ଜଣେ ଯୁବକ ଆଜି ସକାଳୁ କୁଡୁମୁଲୁଗୁମ୍ମା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ପଲିଥିନ ଦିଆଯାଇଥିବାବେଳେ ର।ଜସ୍ୟ ନିରିକ୍ଷକ ରୁଦ୍ର ପ୍ରସାଦ ଗଉଡ ଘଟନା ସ୍ଥଳରେ ପହଞ୍ଚି ଉକ୍ତ ପୋଲିଥୀଙ୍କୁ କାନ୍ଥ ଭୁସୁଡି ପଡ଼ିଥିବା ପରଶରେ ଟାଙ୍ଗୀ ଦେଇଥିବା ବେଳେ ଘଟଣାର ତଦାରଖ କରିଥିଲେ। ଏହି ଘଟଣାର ଆହତ ହୋଇଥିବା ତିନିଜନଙ୍କ ନାମରେ ତିନୋଟି ପୃଥକ ପୃଥକ ପି ଆଇ ଆର ନମ୍ବର ୧୭୯୬୩ ,୧୭୯୩୭ , ୧୭୯୩୮ ,କରି ସତନ୍ତର ରିଲିଫ କମିସନରଙ୍କ ପୋର୍ଟାଲରେ ଅପଲୋଡ ହୋଇଛି। ଏହି ପରିବାର ସରକାରଙ୍କ ସମସ୍ତ ସୁବିଧା ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories