କୁମ୍ଭୀରକୁ ସ୍କୁଟରରେ ବସାଇ ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ ୨ ଯୁବକ, ଭିଡିଓରେ ଦେଖନ୍ତୁ କିପରି ଥିଲା ଦୃଶ୍ୟ
ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ପଢ଼ି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ଭଦୋଦରା ସହର ନିକଟ ବିଶ୍ଵାମିତ୍ର ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ବନ୍ୟାଜଳ ସହର ଭିତରକୁ ପ୍ରବେଶ କରିଥିଲା। ବନ୍ୟାଜଳରେ କୁମ୍ଭୀର ଚାଲିଆସିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ୨ ଜଣ ଯୁବକ ଏକ କୁମ୍ଭୀରକୁ ସ୍କୁଟରରେ ବନ ବିଭାଗ କାର୍ଯ୍ୟାଳୟକୁ ନେଉଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ଲୋକ ବି ଏହାକୁ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ତେବେ କୁମ୍ଭୀରର ପାଟିକୁ ଟେପ୍ ଜରିଆରେ ବାନ୍ଧି ଦିଆଯାଇଥିଲା।
मगरमच्छ भी याद रखेगा की टू व्हीलर पर सैर करने का आनंद क्या होता है। दरअसल विश्वामित्र नदी से निकले मगरमच्छ को दो युवक वन विभाग के दफ्तर पहुंचा रहे हैं। #VadodaraFloods pic.twitter.com/chu8lWrLcA
— Dixit Soni (@DixitGujarat) August 31, 2024
ସୂଚନା ଅନୁସାରେ, କୁମ୍ଭୀରଟି ସହରକୁ ଚାଲିଆସିବା ପରେ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚିବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା। ପରେ ତା’କୁ ସ୍କୁଟରରେ ବସାଇ କାର୍ଯ୍ୟାଳୟକୁ ନିଆଯାଇଥିଲା।
Comments are closed.