www.samajalive.in
Sunday, December 14, 2025
19.1 C
Bhubaneswar

ବିଧାନସଭାରେ ରୋଚକ ପ୍ରଶ୍ନ; ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି?

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ରୋଚକ ପ୍ରଶ୍ନ। ମଦ୍ୟପମାନଙ୍କୁ ସ୍ୱାସ୍ଥ୍ୟବୀମା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ନା କିଛି ବ୍ୟବସ୍ଥା କରିବେ କି। ଶନିବାର ଗୃହରେ ଏଭଳି ପ୍ରଶ୍ନ କରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ରାଜ୍ୟରେ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ କଣ ଅଛି। ମଦ୍ୟମମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର କଣ ବ୍ୟବସ୍ଥା କରିବେ କି। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବାକୁ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ। ଏହାସହ ରାଜ୍ୟରେ ମଦ୍ୟପମାନଙ୍କୁ ପଞ୍ଜିକରଣ କରି ବୀମାଭୁକ୍ତ ଓ ସ୍ୱାସ୍ଥ୍ୟବୀମା ଭୁକ୍ତ କରିବାକୁ କୌଣସି ବ୍ୟବସ୍ଥା ନାହିଁ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories