www.samajalive.in
Sunday, December 14, 2025
19.1 C
Bhubaneswar

‘ସମାଜ’ର ପ୍ରଭାବ, ତହସିଲଦାରଙ୍କ କୋର୍ଟରେ ହାଜର ହେଲେ କୋଷ୍ଟକେନାଲ ଜବରଦଖଲକାରୀ

ବାସୁଦେବପୁର: କୋଷ୍ଟକେନାଲକୁ ଜବରଖଲକରି ସେଥିରେ ବେଆଇନ ଭାବେ ଚିଙ୍ଗୁଡ଼ି ପୋଖରୀ ଖନନ କରିବା ଘଟଣାରେ ତହସିଲ ପ୍ରଶାସନ ପକ୍ଷରୁ ୯ ଜଣକୁ ନୋଟିସ ଜାରୀ କରାଯାଇଥିଲା। ବାସୁଦେବପୁର ତହସିଲ ପ୍ରଶାସନ ପକ୍ଷରୁ ଚଳିତ ମାସ ୨ ତାରିଖରେ ନୋଟିସ ଜାରୀ କରାଯାଇଥିବା ବେଳେ ଆଜି ତହସିଲଦାରଙ୍କ କୋର୍ଟରେ ୯ ଜଣଙ୍କ ମଧ୍ୟରୁ ୪ ଜଣ ଜବରଦଖଲକାରୀ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏନେଇ ତହସିଲଦାର ସୈାଭାଗ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ଆସନ୍ତା ୩୦ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜବରଦଖଲକାରୀମାନଙ୍କୁ ଜଣାଇଦିଆଯାଇଛି।

କୋଷ୍ଟକେନାଲକୁ ଜବରଦଖଲ କରି ସେଥିରେ ବେଆଇନ ଚିଙ୍ଗୁଡି ପୋଖରୀ ଖନନ ସଂପର୍କରେ ଚଳିତ ମାସ ୨୨ ତାରିଖରେ ଦୈନିକ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। କୋଷ୍ଟକେନାଲର ପୁନଃରୁଦ୍ଧାର ପରିବର୍ତ୍ତେ ଚିଙ୍ଗୁଡି ମାଫିଆମାନଙ୍କ କବଜାରେ ଏବେ ରହିଥିବା ଦେଖିବାକୁ ମିଳିଛି। ଚାରିବାଟିଆ ଘାଟ ଠାରୁ ଚୂଡାମଣି ନଖପୋଲ ପର୍ଯ୍ୟନ୍ତ ଚିଙ୍ଗୁଡି ମାଫିଆମାନେ କୋଷ୍ଠକେନାଲର କେତେକ ସ୍ଥାନରେ ଜବରଦଖଲ କରି ସେଥିରେ ନିଜର ଚିଙ୍ଗୁଡ଼ି ପୋଖରୀ ସହ ସାମିଲ କରିସାରିଲେଣି। ଶାଶୁଭୁଆଶୁଣି ପଞ୍ଚାୟତର ଶ୍ରୀଧର ମଳିକ କୋଷ୍ଟ କେନାଲରୁ ୯୦ ଡେସିମିଲ ଜମି ଜବରଦଖଲ କରି ରଖିଥିବା ବେଳେ ଗୈାରହରି ମଳିକ ଏକ ଏକର ଜମି, ଚୂଡାମଣୀ ପଞ୍ଚାୟତର ବାସୁଦେବ ଜେନା ଦୁଇଟି ପୋଖରୀରେ ଏକଏକର, ଜତିନ୍ଦ୍ର ମଳିକ ୫୬ ଡେସିମିଲ, ଚୂଡାମଣୀ ପଞ୍ଚାୟତର ଅଗଣୀ ଜେନା ୨.୨୦ଏକର, ଦାଶରଥୀ ଜେନା ୫୦ ଡେସିମିଲ, ପ୍ରଭାକର ଜେନା ଦୁଇଟି ପୋଖରୀରେ ୮୦ ଡେସିମିଲ, ପ୍ରଶାନ୍ତ କୁମାର ନାୟକ ଏକ ଏକର ଓ ବିଦ୍ୟାଧର ମଳିକ ୮୦ ଡେସିମିଲ ଜମି ଜବରଦଖଲ କରିଥିବାକୁ ନେଇ ତହସିଲ ପ୍ରଶାସନ ପକ୍ଷରୁ ନୋଟିସ ଜାରୀ କରାଯାଇଥିଲା। ଏନେଇ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାଶ କହିଛନ୍ତି, ଐତିହାସିକ କୋଷ୍ଟକେନାଲକୁ ଜବରଦଖଲକାରୀଙ୍କ ଠାରୁ ମୁକ୍ତ କରାଯିବା ସହିତ ଏହାର ପୁନଃରୁଦ୍ଧାର ପାଇଁ ସମସ୍ତ ଚେଷ୍ଟା ଜାରୀ ରହିଛି। ଏନେଇ ବିଧାନସଭାରେ ପ୍ରସ୍ତାବ ଆଗତ କରାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories