ବାସୁଦେବପୁର: ବାସୁଦେବପୁର ତହସିଲ ପ୍ରଶାସନ ପକ୍ଷରୁ ବାସୁଦେବପୁର ପୈାରପାଳିକାର ତେନ୍ତୁଳିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଶଶଧର ନାୟକଙ୍କ ପୁଅ ତନୟ କୁମାର ନାୟକ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ସ୍ଥାୟୀ ନିର୍ମାଣ କରିଥିବାକୁ ନେଇ ଆସିଥିବା ଅଭିଯୋଗ ଆଧାରରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଚ୍ଛେଦ ସମୟରେ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡାଙ୍କ ସମେତ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ ଓ ଅମିନ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବାସୁଦେବପୁର ପୋଲିସ ପ୍ରଶାସନ ସଜାଗ ରହିଥିଲା।
Popular Categories



