www.samajalive.in
Sunday, December 14, 2025
17.1 C
Bhubaneswar

ଅଙ୍ଗଦାନ କରିବେ ସମାଜସେବୀ ଶିକ୍ଷକ

ଫୁଲବାଣୀ: ପେସାରେ ଶିକ୍ଷକ। ଅଥଚ ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି। ସରକାରୀ କାର୍ଯ୍ୟରୁ ସମୟ ବାହାର କରି ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛନ୍ତି କୋଟଗଡର ଯୁବ ଶିକ୍ଷକ ବୁଲୁ ମଲ୍ଲିକ। ସେବା ଓ ତ୍ୟାଗ ଭଳି ଆଦର୍ଶ ଓ ଉଚ୍ଚ ବିଚାର ପାଇଁ ସେ ଆଜି ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏବେ ନିଜ ଅଙ୍ଗଦାନ ପାଇଁ ଚୁକ୍ତି ସ୍ବାକ୍ଷର କରି ସେ ଆଉ ଏକ ମହନୀୟତା ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସେ ସ୍ବେଚ୍ଛାକୃତ ଅଙ୍ଗଦାନ ପାଇଁ ଆବେଦନ କରିଥିଲେ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଙ୍କୁ ସ୍ୱେଚ୍ଛାକୃତ ଅଙ୍ଗଦାନ କରିବା ପାଇଁ ପ୍ରମାଣପତ୍ର ପ୍ରଦାନ କରିଛି। ଭଗବାନ ଦେଇଥିବା ଦୁର୍ଲଭ ମଣିଷ ଜନ୍ମ ଏକ ସୁନ୍ଦର ଉପହାର । ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ଆଉ କାହା ଶରୀରରେ  ଲାଗିଲେ ସେ ଆତ୍ମ ସନ୍ତୋଷ ଲାଭ କରିବା ସହିତ ତାଙ୍କର ମାନବ ଜନ୍ମ ଧନ୍ୟ ହେବ ବୋଲି କହିଛନ୍ତି ବୁଲୁ। ତାଙ୍କର ଏହି ମହତ କାର୍ଯ୍ୟ କନ୍ଧମାଳ ଜିଲ୍ଲାର ହଜାର ହଜାର ଯୁବକଙ୍କ ପାଇଁ ପ୍ରେରଣା ସାଜିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories