www.samajalive.in
Monday, December 15, 2025
17.1 C
Bhubaneswar

ସାମ୍ବାଦିକାଙ୍କ ଆତ୍ମହତ୍ୟା; ପୁଲିସର ତଦନ୍ତ ଆରମ୍ଭ

ଢାକା : ବାଂଲାଦେଶର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ସାମ୍ବାଦିକା ହେଉଛନ୍ତି ସାରା ରାହାନୁମା (୩୨)। ସେ ଏକ ବଙ୍ଗଳା ନ୍ୟୁଜ୍ ଚାନେଲରେ ନ୍ୟୁଜ୍‌ରୁମ୍ ସମ୍ପାଦିକା ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସାରାଙ୍କ ମୃତଦେହ ଢାକାର ହାତିରଝିଲ୍‌ ହ୍ରଦରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ସାରା ତାଙ୍କ ଫେସବୁକ୍‌ରେ ଦୁଇଟି ସଂକ୍ଷିପ୍ତ ପୋଷ୍ଟ କରିଥିଲେ। ପ୍ରଥମ ପୋଷ୍ଟରେ ସେ ବଙ୍ଗଳାରେ ଲେଖିଥିଲେ ଯେ ମୃତ୍ୟୁକୁ ବାରମ୍ବାର ଅନୁଭବ କରିବା ଅପେକ୍ଷା ମରିଯିବା ଭଲ।  ସାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ଫୈଜଲ କହିଛନ୍ତି ଯେ ସେମାନେ ପରସ୍ପରକୁ ଛାଡପତ୍ର ଦେବା ଲାଗି ଯୋଜନା କରିଥିଲେ। ମାତ୍ର ସାରା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସନ୍ଦେହଜନକ। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories