www.samajalive.in
Monday, December 8, 2025
14.1 C
Bhubaneswar

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ–୧ରେ ରାଜ୍ୟ ପୁରସ୍କାର ଟେଷ୍ଟିଂ ଶିବିର

ସମ୍ବଲପୁର: ସମ୍ବଲପୁରସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ–୧ରେ ବୁଧବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗର ଭାରତ ସ୍କାଉଟ୍ସ ଓ ଗାଇଡ୍ସ ପକ୍ଷରୁ ପଞ୍ଚ ଦିବସୀୟ ରାଜ୍ୟ ପୁରସ୍କାର ଟେଷ୍ଟିଂ ଶିବିରର ଶୁଭାରମ୍ଭ ହୋଇଯାଇଛି । ବିଦ୍ୟାଳୟର ପ୍ରାଚାର୍ଯ୍ୟ ରଣରଞ୍ଜୟ ସିଂ ଉଦଘାଟନୀ ସମାରୋହରେ ସଭାପତିତ୍ୱ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ରୂପେ କେଭିଏସର ଅବସରପ୍ରାପ୍ତ ସହାୟକ ଆୟୁକ୍ତ ମୁରଲୀଧର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲିଡର ଅଫ କ୍ୟମ୍ପ ରୂପେ ଟି. ସୁଧାକର, ଅଧିକାରୀ ରୂପେ ବି. ରମେଶ ବାବୁ, ଭଗବାନ ରାୟ, ସରୋଜ କୁମାର ସୁବୁଦ୍ଧି, ଏସ. କେ. ସିଂହ ଖୁଣ୍ଟିଆ, ବ୍ରିଜ କିଶୋର, ଗଣେଶ ଦାଶ, ମୀନକେତନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସମ୍ଭାଗର ୪୪ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ୨୬୬ ଜଣ ସ୍କାଉଟ୍ସଙ୍କ ସହିତ ୪୫ ଜଣ ଅନୁରକ୍ଷଣ ଶିକ୍ଷକ ଅଂଶଗ୍ରହଣ କରୁଛନ୍ତି । ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ଦୀପ ପ୍ରଜ୍ୱଳନ କରିବା ସହିତ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଂସ୍ଥାପକ ଲର୍ଡ ବେଡେନ ପାୱେଲ ତଥା ଲେଡି ବେଡେନ ପାୱେଲଙ୍କର ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ସହିତ ସମ୍ବଲପୁରୀ ଓ ଯୋଗ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଲିଡର ଅଫ କ୍ୟାମ୍ପ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଉପ ପ୍ରାଚାର୍ଯ୍ୟ ବଳରାମ ମିଶ୍ର, ପ୍ରଧାନ ଶିକ୍ଷକ ଚକ୍ରଧର ଦେହୁରୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories