ଢାକା : ବାଂଲାଦେଶର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ସାମ୍ବାଦିକା ହେଉଛନ୍ତି ସାରା ରାହାନୁମା (୩୨)। ସେ ଏକ ବଙ୍ଗଳା ନ୍ୟୁଜ୍ ଚାନେଲରେ ନ୍ୟୁଜ୍ରୁମ୍ ସମ୍ପାଦିକା ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସାରାଙ୍କ ମୃତଦେହ ଢାକାର ହାତିରଝିଲ୍ ହ୍ରଦରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ସାରା ତାଙ୍କ ଫେସବୁକ୍ରେ ଦୁଇଟି ସଂକ୍ଷିପ୍ତ ପୋଷ୍ଟ କରିଥିଲେ। ପ୍ରଥମ ପୋଷ୍ଟରେ ସେ ବଙ୍ଗଳାରେ ଲେଖିଥିଲେ ଯେ ମୃତ୍ୟୁକୁ ବାରମ୍ବାର ଅନୁଭବ କରିବା ଅପେକ୍ଷା ମରିଯିବା ଭଲ। ସାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ଫୈଜଲ କହିଛନ୍ତି ଯେ ସେମାନେ ପରସ୍ପରକୁ ଛାଡପତ୍ର ଦେବା ଲାଗି ଯୋଜନା କରିଥିଲେ। ମାତ୍ର ସାରା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସନ୍ଦେହଜନକ। ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



