www.samajalive.in
Sunday, December 7, 2025
26.1 C
Bhubaneswar

୨୩ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଗୁଳି କଲେ ଆତଙ୍କୀ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପରେ ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ମୁସାଖୈଲ ଜିଲାରେ ଏଭଳି ହିଂସାକାଣ୍ଡ ଘଟିଛି। ଆତଙ୍କୀମାନେ ବସ, ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ିରୁ ଜଣ ଜଣ କରି ଯାତ୍ରୀଙ୍କୁ ଓହ୍ଲାଇ ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଏହା ପରେ ଘଟଣାସ୍ଥଳରୁ ଚାଲିଯିବା ଆଗରୁ ୧୦ଟି ଗାଡ଼ିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ସମସ୍ତ ନିହତ ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ସେମାନେ କ୍ଵେଟାରୁ ଫୈସଲାବାଦ ଯାଉଥିଲେ।

- Advertisement -

ମୁସାଖୈଲର ଆସିଷ୍ଟାଣ୍ଟ ପୁଲିସ କମିଶନର ନଜୀବ କକର କହିଛନ୍ତି ଯେ, ସଶସ୍ତ୍ର ଆତଙ୍କୀମାନେ ରାଜ୍ୟ ରାଜପଥକୁ ଅବରୋଧ କରି ଗାଡ଼ିମୋଟର ଯାଞ୍ଚ କରିଥିଲେ। ଏହା ପରେ ଏପରି ହିଂସା ଘଟାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଭୟଙ୍କର ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories