www.samajalive.in
Monday, December 15, 2025
14.1 C
Bhubaneswar

ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ଦୁଇ ମୃତ

ନାରାୟଣପାଟଣା: କୋରାପୁଟ ଜିଲା ନାରାୟଣପାଟଣାରେ କାୟା ମେଲାଉଛି ଡେଙ୍ଗୁ। ଦୁଇ ଦିନରେ ଦୁଇଜଣ ଆଖି ବୁଜିଛନ୍ତି। ରବିବାର ଅପରାହ୍ଣରେ ବିଶାଖପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବ୍ୟବସାୟୀ ବି.ଶିବାଜୀଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଛି। ଶିବାଜୀ ଜ୍ବରରେ ଆକ୍ରାନ୍ତ ହୋଇଥିବାବେଳେ ଡେଙ୍ଗୁ ଭୁତାଣୁରେ ସଙ୍କ୍ରମିତ ହୋଇଥିବା ଆନ୍ଧ୍ରର ପାର୍ବତୀପୁରମରେ ପରୀକ୍ଷା ପରେ ଜଣାପଡିଥିଲା। ଗତକାଲି ତାଙ୍କୁ ସ୍ବତନ୍ତ୍ର ଗାଡ଼ିରେ ବିଶାଖାପାଟଣାର ଏବିସି ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସକାଳେ ପ୍ଲେଟ୍‌ଲେଟ୍‌ କମିଯିବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଡେଙ୍ଗୁ ଯୋଗୁଁ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବିଶାଖାପାଟଣା ଏବିସି ମେଡିକାଲର ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଥାଉକି, ୨୩ ତାରିଖରେ ବାଉରୀ ସାହିର ଏ .ସରସ୍ବତୀଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତକାଲିଠାରୁ ଏକ ସଚେତନତା ରଥ ନଗର ପରିକ୍ରମା କରିବା ସହ ରାତିରେ ଫୋଗ ମେସିନ୍‌ ସାହାଯ୍ୟରେ ଧୂଆଁ ଛଡ଼ା ଯାଉଛି। ରବିବାର ବ୍ଲକ ଅଧ୍ୟକ୍ଷଙ୍କ ସହ ଜନସାଧାରଣ ମେଡିକାଲକୁ ଯାଇ ଆଲୋଚନା କରିଥିବାବେଳେ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଡାକ୍ତର ବିମଲ ବାଗଙ୍କ ସହ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସରକାରୀ ଭାବେ ଦୁଇମାସରେ ନାରାୟଣପାଟଣାରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ଓ ପରେ ସେ ସୁସ୍ଥ ହୋଇଥିବା କୁହାଯାଇଥିବା ବେଳେ ବେସରକାରୀ ଭାବେ ପନ୍ଦର ଦିନ ମଧ୍ୟରେ କୋଡିଏରୁ ଊର୍ଦ୍ଧ୍ବ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଡେଙ୍ଗୁ ସନ୍ଦେହରେ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିବାବେଳେ ସେପରି ନ କରି ସିଧାସଳଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରକ୍ତ ନମୁନା ଦେଇ ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ପାଇପାରିବେ ବୋଲି ଡା ବାଗ କହିଛନ୍ତି। ଏହାଛଡ଼ା ନିଜ ନିଜ ଘର ଓ ଅଞ୍ଚଳକୁ ସଫାସୁତୁରା ରଖି ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏନେଇ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜିଲା ପରିଷଦ ଅଧ୍ୟକ୍ଷା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories