www.samajalive.in
Saturday, December 6, 2025
19.1 C
Bhubaneswar

ଓଡିଶାରୁ କୁକୁଡା ରପ୍ତାନୀ ଉପରେ ରୋକ୍‍ ଲଗାଇଲା ପଶ୍ଚିମବଙ୍ଗ

ପିପିଲି : ପୁରୀ ଜିଲାର ପିପିଲି ବ୍ଳକରେ ବ୍ରଏଲର କୁକୁଡାଙ୍କ ଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ପରେ ଏହା ରାଜ୍ୟର କୁକୁଡା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ୱେଷ୍ଟବେଙ୍ଗଲ ପୋଲଟ୍ରି ଫେଡେରେସନ ପକ୍ଷରୁ ଓଡିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ରପ୍ତାନୀ ଉପରେ ରବିବାର ରୋକ୍‍ ଲଗାଯାଇଛି। ଭୋପାଳ ସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍‍ (ଏନ୍‍ଆଇଏଚ୍‍ଏସ୍‍ଏଡି) ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହିତ ନମୁନାରେ ଏଚ୍‍୫ଏନ୍‍୧ ଏଭିଆନ୍‍ ଇନ୍‍ଫ୍ଲୁଏନ୍‍ଜା ଭାଇରସ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ୱେଷ୍ଟବେଙ୍ଗଲ ପୋଲଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ ଇଣ୍ଟିଗ୍ରେଟର, କୁକୁଡା ବ୍ୟବସାୟୀ, ଖୁଚୁରା କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏ ଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଖୁବ୍‌ ଶୁଭ ଏ ବର୍ଷର ଜନ୍ମାଷ୍ଟମୀର ଯୋଗ, ପୂରଣ ହେବା ମନସ୍କାମନା..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories