www.samajalive.in
Sunday, December 7, 2025
14.1 C
Bhubaneswar

ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଅଣାଯିବ ଚିତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ଭାରତରେ ଚିତା ବଂଶ ବୃଦ୍ଧି ନିମନ୍ତେ ଆଫ୍ରିକାରୁ ମୋଟ ୨୦ଟି ଚିତା ଭାରତ ଅଣାଯାଇ ସେମାନଙ୍କୁ ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା। ଭାରତୀୟ ପାଣିପାଗ ସହ ଖାପ ଖୁଆଇବାରେ ବିଫଳ ହୋଇଥିବା ଏବଂ ଅନ୍ୟ କାରଣରୁ କେତେକ ଚିତା ପ୍ରାଣ ହରାଇଥିବାବେଳେ ସେମାନଙ୍କର ବଂଶବୃଦ୍ଧି ମଧ୍ୟ ଘଟିଛି। ଏହି ପରିପ୍ରେକ୍ଷୀରେ ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଅନ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ଯୋଜନା କରୁଛନ୍ତି। ପୂର୍ବରୁ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ଅଣାଯାଇଥିଲା। ତେବେ ଗତ ଗ୍ରୀଷ୍ମ ଓ ବର୍ଷାଋତୁରେ ଏହି ଚିତାଙ୍କ ଚମଡା ମୋଟା ହେବାସହିତ ସଂକ୍ରମଣ ଯୋଗୁଁ କେତେକ ଚିତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଆଫ୍ରିକା ମହାଦେଶର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଦେଶରୁ ଚିତା ଆଣିବା ପରିବର୍ତ୍ତେ ବିଷୁବରେଖା କିମ୍ବା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ କୌଣସି ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ ଷ୍ଟିୟରିଂ କମିଟି ସରକାରଙ୍କୁ ସୁପାରିସ କରିଛି। ଏହି ପରିପ୍ରେକ୍ଷୀରେ ସୋମାଲିଆ, ତାଞ୍ଜାନିଆ ଏବଂ ସୁଦାନ ଭଳି ଦେଶରୁ ଚିତା ଅଣାଗଲେ ସେମାନେ ଭାରତୀୟ ପାଣିପାଗ ସହ ଖାପ୍‌ ଖୁଆଇପାରିବେ ବୋଲି ଆଶା କରାଯାଉଛି। ଭାରତକୁ ଆସିଥିବା ଚିତାଙ୍କ ତୃତୀୟ ପିଢି ଭାରତୀୟ ପାଣିପାଗ ସହ ଅଧିକ ଖାପ ଖୁଆଇପାରିବେ ବୋଲି କମିଟି ମତବ୍ୟକ୍ତ କରିଛି।
୨୦୨୨ ସେପ୍ଟେମ୍ବରରେ ପ୍ରଥମ ଦଫାରେ ନାମ୍ବିଆରୁ ୮ ଏବଂ ଦ୍ବିତୀୟ ପର‌୍ୟ୍ୟାୟ (୨୦୨୩ ଫେବୃଆରୀ)ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ପ୍ରଥମେ ଏମାନଙ୍କୁ ଏନକ୍ଲୋଜରରେ ରଖାଯାଇ ପରବର୍ତ୍ତୀ ସମୟରେ ଜଙ୍ଗଲରେ ଛଡାଯାଇଥିଲା। ତେବେ ସେପ୍ଟିସେମିଆ ଯୋଗୁଁ ୩ଟି ଚିତା ପ୍ରାଣ ହରାଇବାରୁ ସେମାନଙ୍କୁ ପୁଣି ଏନ୍‌କ୍ଲୋଜରକୁ ଫେରାଇ ଅଣାଯାଇଥିଲା। ଇତିମଧ୍ୟରେ କୁନୋ ପାର୍କରେ ଚିତାଙ୍କ ବଂଶବୃଦ୍ଧି ଘଟିଥିବାବେଳେ ସେମାନଙ୍କୁ ପୁଣି ଜଙ୍ଗଲରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories