ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢାଉ: ଆଜି ହୋଇପାରେ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ଘନ ଘନ ଜେରା କରୁଛି। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷ୍। ଆଜି ସିବିଆଇ ଟିମ୍ ତାଙ୍କ ଘରେ ଚଢାଉ କରିଛି। କୋଲକାତା ସ୍ଥିତ ବେଲେଘାଟରେ ଥିବା ତାଙ୍କ ଘରେ ଆଜି ଚଢାଉ ହୋଇଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଶନିବାର ତାଙ୍କ ବିରୋଧରେ ଆଣ୍ଟି କରପସନ୍ ମାମଲା ଦାୟର ହୋଇଥିଲା। ଏହାପରେ ସନ୍ଦୀପଙ୍କ ଗିରଫ ସମ୍ଭାବନା ବଢିଛି। ସେପଟେ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ୍ ଅର୍ଥାତ୍ ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇପାରେ। ସିବିଆଇ, ସିଏଫ୍‌ଏସ୍‌ଏଲ୍ କୋଲକାତା ଏବଂ ଦିଲ୍ଲୀର କିଛି ବଛା ବଛା ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ୍ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କର ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ହେବ।

Comments are closed.