www.samajalive.in
Monday, December 15, 2025
26.1 C
Bhubaneswar

ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍‌ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା..

ମୁମ୍ବଇ : ନିର୍ଦ୍ଦେଶକ ପା ରଞ୍ଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଉଥ୍‌ ଫିଲ୍ମ ‘ତଙ୍ଗଲାନ’ ଅଗଷ୍ଟ ୧୫ରେ ତାମିଲ, କନ୍ନଡ,ମାଲାୟାଲମ୍ ଆଦି ଭାଷାରେ ରିଲିଜ୍‌ ହେବା ପରେ ଏବେ ହିନ୍ଦୀରେ ୩୦ ଅଗଷ୍ଟରେ ରିଲିଜ୍‌ ହେବାକୁ ଯାଉଛି । ସାଉଥ୍‌ ସୁପରଷ୍ଟାର ଚିଆନ୍‌ ବିକ୍ରମ, ମାଲବିକା ମୋହନନ୍‌ ଏବଂ ପାର୍ବତୀ ଥିରୁଭୋଥୁଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ତଙ୍ଗଲାନ୍‌ ରିଲିଜ୍‌ ହୋଇ ସାରିଛି।

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

- Advertisement -

ଏହି ଚଳଚ୍ଚିତ୍ରକୁ ପ୍ରଶଂସକଙ୍କ ଖୁବ୍‌ ଭଲପାଇବା ମିଳିଥିବା ବେଳେ ବକ୍ସ ଅଫିସରେ ମଧ୍ୟ ଏକ ହିଟ୍ ଫିଲ୍କ ବୋଲି ପ୍ରମାଣିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଫିଲ୍ମର ଚାହିଦା ଅଧିକ ଥିବାରୁ ଉତ୍ତରର ପ୍ରଦର୍ଶକମାନେ ଏହାକୁ ହିନ୍ଦୀରେ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୧୫ରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ଦକ୍ଷିଣ ଭାରତୀୟ ପ୍ରେକ୍ଷାଳୟରେ ଏହାର ସଫଳ ରିଲିଜ୍ ପରେ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୩୦ରେ ପ୍ରେକ୍ଷାଳୟରେ ହିନ୍ଦୀରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..

‘ତଙ୍ଗଲାନ’ର ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ତଙ୍ଗଲାନ୍‌ ଏହାର ଜବରଦସ୍ତ ଆକ୍ସନ୍‌ ସହ ପା ରଞ୍ଜିତଙ୍କ କାହାଣୀ ଦର୍ଶକଙ୍କୁ ହୃଦୟକୁ ଜିତିଛି । ହିନ୍ଦୀରେ ରିଲିଜ୍‌ ପରେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ତଙ୍ଗଲାନ୍‌ ସାଉଥର ଏକ ବଡ ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି ଅତ୍ୟନ୍ତ ରୋମାଞ୍ଚକର । ଏହା କୋଲାର ଗୋଲ୍ଡ ଫିଲ୍ଡସ୍‌ (କେଜିଏଫ)ର ପ୍ରକୃତ ଘଟଣା ଉପରେ ଆଧାରିତ ଓ ଷ୍ଟୁଡିଓ ଗ୍ରୀନ୍‌ ଦ୍ୱାରା ନିର୍ମିତ।

ଦେଖନ୍ତୁ ଭିଡିଓ; ମନ୍ଦିରକୁ ୨୫ କେଜି ସୁନା ପିନ୍ଧି ଦର୍ଶନ ପାଇଁ ଆସିଲେ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories