www.samajalive.in
Saturday, December 6, 2025
26.1 C
Bhubaneswar

ତ୍ରିପୁରା ବନ୍ୟାରେ ୨୨ ମୃତ, ୧୭ ଲକ୍ଷ ପ୍ରଭାବିତ

ଅଗରତାଲା : ବିଗତ କିଛି ଦିନ ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଶୁକ୍ରବାର ଆଉ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ସାଉଥ୍‌ ତ୍ରିପୁରା ଜିଲାର ଶାନ୍ତିବଜାର ଅଞ୍ଚଳରେ ଅତଡା ଖସି ଦୁଇଟି ପରିବାରର ସାତଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାଜ୍ୟର ୮ଟି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବନ୍ୟା ଯୋଗୁଁ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାୟୁସେନା ପକ୍ଷରୁ ଦୁଇଟି ପରିବହନ ବିମାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦୁଇଟି ହେଲିକପ୍ଟରକୁ ସଜାଗ ରଖାଯାଇଛି। ବର୍ଷା ଯୋଗୁଁ ଗୋମତି, ଉନାକୋଟି ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାବ୍ୟତୀତ ଧାଲାଇ, ଖୋୱାଇ, ସାଉଥ୍‌ ତ୍ରିପୁରା, ୱେଷ୍ଟ ତ୍ରିପୁରା, ନର୍ଥ ତ୍ରିପୁରା ଏବଂ ଉନାକୋଟି ଭଳି ୬ ଜିଲାରେ ପ୍ରବାହିତ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪୫୦ ଅସ୍ଥାୟୀ ରିଲିଫ୍‌ ଶିବିର ଖୋଲାଯାଇଥିବାବେଳେ ସେଠାରେ ୬୫ ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ରାଜ୍ୟର ୨୦୦୦ରୁ ଅଧିକ ସ୍ଥାନରେ ଭୂସ୍ଫଳନ ଘଟିଥିବାବେଳେ ୧୭୮୯ଟି ସ୍ଥାନରୁ ଅତଡା ପରିଷ୍କାର କରାଯାଇଛି। ରାଜଧାନୀ ଅଗରତାଲାକୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories