www.samajalive.in
Sunday, December 7, 2025
26.1 C
Bhubaneswar

ସଂରକ୍ଷଣ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହୋହାଲ୍ଲା; ୪ଟା ଯାଏଁ ମୁଲତବି

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା। ସଂରକ୍ଷଣ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡି ବିଧାୟକମାନେ ନାରାବାଜି କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡି ଦାବି କରିଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ଏସସି/ଏସଟିଙ୍କୁ ୩୮.୭୫ପ୍ରତିଶତ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦ପ୍ରତିଶତ ହେଲେ ଓବିସିଙ୍କୁ ଶୂନ୍ୟ ପ୍ରତିଶତ। ଓବିସି ପିଲାମାନଙ୍କୁ ୨୭ପ୍ରତିଶତ ନହେଲେ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ ସରକାର। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବା ଜରୁରୀ। ଯେପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ହୋଇନି ସେପର୍ଯ୍ୟନ୍ତ ଏସମସ୍ୟା ଲାଗି ରହିବ। ସରକାର ଯାହା ସଂରକ୍ଷଣ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ତାରା କହିଛନ୍ତି। ସେପଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ସଦସ୍ୟ ଚଢିବା ଘଟଣାରେ ୨ଜଣ ବିଜେଡି ସଦସ୍ୟଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରିଛନ୍ତି ବାଚସ୍ପତି। ସରକାରୀ ଦଳ ମୁଖ୍ୟ ସଚେତକ ଏହି ନିନ୍ଦା ପ୍ରସ୍ତାବ ଆଣିଛନ୍ତି।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories