www.samajalive.in
Saturday, December 6, 2025
14.1 C
Bhubaneswar

ଜଗନ୍ନାଥପ୍ରସାଦ ପ୍ରାଥମିକ ବିଦ୍ୟାଳୟ: ୫ଟି ଶ୍ରେଣୀରେ ୬୯ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ଅଭାବ ଜନିତ ପାଠପଢା ସମସ୍ୟା ଦେଖାଦେଇଛି। ଆଜକୁ ଏକ ସପ୍ତାହ ହେବ ଜଣେ ମାତ୍ର ସହକାରୀ ଶିକ୍ଷକଙ୍କ ଭରସାରେ ଚାଲିଛି ବିଦ୍ୟାଳୟରେ ଶିକ୍ଷାଦାନ। ୧-୧-୧୮୯୯ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟ ବିଗତ ଦିନରେ ଅଞ୍ଚଳରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିବାବେଳେ ଶିକ୍ଷାର ଆଲୋକ ବାଣ୍ଟି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖାଦେଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଥମ ଶ୍ରେଣୀରେ ୧୧ଜଣ, ଦ୍ୱିତୀୟ ଶ୍ରେଣୀରେ ୧୪ ଜଣ, ତୃତୀୟ ଶ୍ରେଣୀରେ ୯ଜଣ, ଚତୁର୍ଥ ଶ୍ରେଣୀରେ ୧୯ଜଣ ଏବଂ ପଞ୍ଚମ ଶ୍ରେଣୀରେ ୧୬ ଜଣ ଛାତ୍ରଛାତ୍ରୀ ଶିକ୍ଷା ଅଧ୍ୟୟନ କରୁଛନ୍ତି। ତେବେ ୫ଟି ଶ୍ରେଣୀର ୬୯ ଜଣ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି। ଗତ ଏପ୍ରିଲ ମାସରେ ଏଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିବା ପରେ ଏଠାରେ ସେହି ଦିନଠାରୁ ଶିକ୍ଷକ ପଦବୀ ଖାଲି ପଡିଛି।

ଏହି ପରିପ୍ରେକ୍ଷୀରେ ଗତ ଜୁଲାଇ ମାସରେ ଏଠାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଏକ ମାସ ପାଇଁ ଡେପୁଟେସନରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ସେ ଅଗଷ୍ଟ ୧୭ ତାରିଖରେ ଏକମାସ ପରେ ନିଜର ପୂର୍ବ ସ୍ଥାନକୁ ଫେରିଯିବା ପରେ ବର୍ତ୍ତମାନ ପୁଣି ସେହି ଅବସ୍ଥା ହୋଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ତିନି ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ୫ଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ଥିବାରୁ ପାଠପଢାରେ ଘୋର ସମସ୍ୟା ଦେଖାଦେଇଛି। ଏଥିପାଇଁ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିବା ସହ ସରକାର ତଥା ଶିକ୍ଷା ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇ ଦେବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ରଙ୍କୁ ପଚରା ଯିବାରେ ଜଣେ ସ୍ଥାୟୀ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି ଏବଂ ସେ ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଏହି ବିଦ୍ୟାଳୟରେ ଯୋଗଦେବେ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଅନୁପାତରେ ପର୍ଯ୍ୟାୟକ୍ରମେ ସ୍ଥାୟୀ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories