www.samajalive.in
Saturday, December 6, 2025
14.1 C
Bhubaneswar

ଭଦ୍ରକ: ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାସୁଦେବପୁର: ବ୍ଲକ ମାର୍ଗରେ ଥିବା ଭଡ଼ାଘରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣଙ୍କ ବାସୁଦେବପୁର ଥାନା ପଦ୍ମପୁର ଜଳଧର ମଳିକଙ୍କ ଝିଅ ଅନୁସୟା ବୋଲି ଜଣାପଡିଛି। ସେ ସ୍ଥାନୀୟ ତୃପ୍ତି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ। ଅନୁସୟା ନିଜର ବଡ଼ ଭଉଣୀ ପୂଜାରଣୀଙ୍କ ସହିତ ୪ ମାସ ହେବ ଭଡ଼ାରେ ରହୁଥିଲେ। ପୂଜାରଣୀ ମଧ୍ୟ ତୃପ୍ତି ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ। ଦୁଇ ଭଉଣୀ ସାଥିରେ ରହୁଥିବାବେଳେ ପୂଜା ପରୀକ୍ଷା ଦେବାକୁ କଲେଜ ଯାଇଥିଲେ। ଏହି ସମୟରେ ଅନୁସୟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ପୁଲିସ ପ୍ରାଥମିକ ତଦନ୍ତ କରି ଫେରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories