www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀ, ଯୋଗୀଙ୍କୁ ପ୍ରଶଂସା କରିବାରୁ ସ୍ତ୍ରୀ ମୁହଁକୁ ଗରମ ଡାଲି ଫିଙ୍ଗିଲା ସ୍ଵାମୀ, ଦେଲା ଛାଡ଼ପତ୍ର

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାକୁ ଜଣେ ମୁସଲମାନ ମହିଳାଙ୍କୁ ଅତ୍ୟାଚାରର ଶିକାର ହେବାକୁ ପଡ଼ିଛି। ନିଜ ସ୍ଵାମୀ ତାଙ୍କ ମୁହଁକୁ ଗରମ ଡାଲି ଫିଙ୍ଗିବା ସହିତ ତିନି ତଲାକ ଦେଇଛନ୍ତି। ଏହା ସହିତ ଏହି କାରଣ ପାଇଁ ତାଙ୍କ ଶାଶୁ, ସ୍ଵାମୀ ଏବଂ ଶାଶୁ ଘରର ଅନ୍ୟ ସଦସ୍ୟମାନେ ଅକଥନୀୟ ନିର୍ଯାତନା ଦେଇଛନ୍ତି ବୋଲି୧୯ ବର୍ଷୀୟା ମହିଳା ମରିୟମ ଶରିଫ ଅଭିଯୋଗ କରିଛନ୍ତି। ଘଟଣାଟି ଉତ୍ତର ପ୍ରଦେଶର ବାହାରିଚ ଜିଲାର ବୋଲି ଜଣାପଡ଼ିଛି।

ମହିଳାଙ୍କ ଅଭିଯୋଗ ଆଧାରରେ ତାଙ୍କ ସ୍ଵାମୀ ଅର୍ସଦ, ଦୁଇ ଦିଅର ଫରହାନ ଏବଂ ସଫାଫ, ନଣଦ ସମରନ, ଶାଶୁ ରାଇସା ଏବଂ ଶ୍ଵଶୁର ଇସଲାମଙ୍କ ନାଁରେ ଏତଲା ରୁଜୁ କରାଯାଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାହାରିଚ ଏସପି ବ୍ରିନ୍ଦା ଶୁକ୍ଳା କହିଛନ୍ତି, ମରିୟମ ଗତ ବର୍ଷ ଡିସେମ୍ବରରେ ବିବାହ କରିଥିଲେ। ସେ ରାଜ୍ୟରେ ଯୋଗୀ ସରକାର ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିବାରୁ ତାଙ୍କୁ ତାଙ୍କ ସ୍ଵାମୀ ମାଡ଼ ମାରିବା ସହିତ ଏପରି କାଣ୍ଡ ଘଟାଇଛନ୍ତି। ସେ ମରିୟମଙ୍କୁ ପ୍ରଥମେ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ। ପରେ ଛାଡ଼ପତ୍ର ଦେଇଥିଲେ।

- Advertisement -

ମରିୟମ କହିଛନ୍ତି, ସେ ତାଙ୍କ ସ୍ଵାମୀ ଏବଂ ଦିଅରଙ୍କ ସହିତ ଅଯୋଧ୍ୟା ବୁଲିବାକୁ ଯାଇଥିଲେ। ସହରର ଉନ୍ନତିକରଣ ଦେଖି ସେ ମୋଦୀ ଏବଂ ଯୋଗୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଥିରେ ଉତ୍‌କ୍ଷିତ ହୋଇ ତାଙ୍କ ସ୍ଵାମୀ ଏବଂ ଦିଅରମାନେ ତାଙ୍କୁ ମାଡ଼ ମାରିଥିଲେ। ଏହା ପରେ ଘରେ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories