www.samajalive.in
Sunday, December 14, 2025
16.1 C
Bhubaneswar

କୋଲକାତା ଲଜ୍ଜା: ସାମ୍ନାକୁ ଆସିଲା ଅଭିଯୁକ୍ତ ସଂଜୟର ସିସି ଟିଭି ଫୁଟେଜ୍

କଲକାତା : ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଆନାଲିଟିକ୍ ପ୍ରୋଫାଇଲ୍‌ରୁ ଜଣାପଡିଛି ଯେ ସେ ପାଶବିକ ପ୍ରବୃତ୍ତିର ବ୍ୟକ୍ତି। ତା’ର ଅସ୍ବାଭାବିକ ଯୌନ ଆକାଂକ୍ଷା ରହିଥିବାବେଳେ ନଗ୍ନ ଚିତ୍ର ଦେଖିବାରେ ଅଭ୍ୟସ୍ତ ଥିଲା। ଏଭଳି ଜଘନ୍ୟ ବଳାତ୍କାର ଓ ହତ୍ୟା ଘଟାଇବା ସତ୍ତ୍ବେ ସେ କୌଣସି ପ୍ରକାରେ ଅନୁତପ୍ତ ନଥିବା ଜଣାପଡିଛି। ଜେରା ସମୟରେ ସେ ସମ୍ପୂର୍ଣ୍ଣ ଘଟଣାକୁ ବର୍ଣ୍ଣନା କରିଥିବାବେଳେ କୌଣସି ପ୍ରକାର ଅନୁତାପ କରି ନଥିଲା। ତାର ମୋବାଇଲରୁ ଅନେକ ନଗ୍ନ ଭିଡିଓ ମିଳିଥିଲା। ତଦନ୍ତକାରୀ ଅଧିକାରୀ କହିଛନ୍ତି ଘଟଣାସ୍ଥଳରେ ସଞ୍ଜୟ ଉପସ୍ଥିତ ରହିଥିବା ନେଇ ବୈଷୟିକ ଓ ବୈଜ୍ଞାନିକ ପ୍ରମାଣ ମିଳିଛି। ଏପରିକି ସିସିଟିଭି ଫୁଟେଜ୍‌ରେ ମଧ୍ୟ ଦେଖାଯାଇଛି ଯେ ସଞ୍ଜୟ ସେମିନାର ହଲ୍‌ ମଧ୍ୟକୁ ପ୍ରବେଶ କରୁଛି। ଅଗଷ୍ଟ ୮ ତାରିଖ ରାତି ୧୧ଟାରେ ସେ ମେଡିକାଲ କଲେଜର ଛାତିରୋଗ ବିଭାଗ ନିକଟରେ ଥିବା ଦେଖାଯାଇଛି। ଅଗଷ୍ଟ ୯ତାରିଖ ଭୋର ୪ଟାରେ ସେ ସେମିନାର ହଲ୍‌ ମଧ୍ୟକୁ ପ୍ରବେଶ କରୁଥିବା ଦେଖାଯାଇଛି। ୯ତାରିଖ ଭୋର ୪ଟାରୁ ୫ଟା ମଧ୍ୟରେ ସେମିନାର ହଲ୍‌ରେ ଟ୍ରେନି ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories