ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ
ଭୁବନେଶ୍ଵର : ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ତପେଶ ରଏ , ଝିଅ ଲୋନା ରଏଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ଶ୍ରୀମତୀ ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ ସେ ସଙ୍ଗୀତ ପରିବେଷଣ କରି ପ୍ରଶଂସିତ ହୋଇଥିଲେ। ଲତା ମଙ୍ଗେସକରଙ୍କର ସେ ଅତି ନିକଟତର ଥିଲେ। ୧୯୫୯ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମେଧାବୃତ୍ତି ସମ୍ମାନ ମିଳିପାରିଥିଲା। ବାଟ ଛାଡ ସୁହଯ ନାଗର , ମନେ ପଡୁଛି ବୋଉ, ଉଡିଗଲେ ଗେଣ୍ଡାଳିଆ , ମହୁଆ ବଣେ ଲୋ ଆଦି ସଙ୍ଗୀତ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା। ସ୍ଵର୍ଗତା ରଏ ଖୋର୍ଦ୍ଧାର ସ୍ଵାଧୀନତା ସଂଗ୍ରାମୀ ତଥା ଆଇନଜୀବୀ ବିଶ୍ଵନାଥ ରଏଙ୍କ ବୋହୂ ତଥା ବରିଷ୍ଠ ଆଇନଜୀବୀ ସ୍ଵର୍ଗତ ରଞ୍ଜିତ୍ ରଏଙ୍କ ଧର୍ମପତ୍ନୀ ଥିଲେ।
Comments are closed.