www.samajalive.in
Tuesday, December 9, 2025
26.1 C
Bhubaneswar

ହାଇକୋର୍ଟଙ୍କ ନିର୍ଦେଶ : ଗିରଫ ହେବ ଆଉ ଏକ ଜାହାଜ

ପାରାଦୀପ: ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିପାଇଁ କୁଜଙ୍ଗ ସବ ଜଜ୍ ଙ୍କୁ ମାର୍ସାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କେଉଁଆଡେ ମଧ୍ୟ ଯାଇପାରିବନାହିଁ। ଏମଭି ଓ୍ବାଡି ଆଲବୋଷ୍ଟନ ନାମକ ଇଜିପ୍ଟ ଫ୍ଲାଗସିପ ନାମକ ଏହି ଜାହାଜ ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ସେବେଠାରୁ ପୋର୍ଟ ଜାଙ୍କରେଜରେ ଅଟକି ରହିଛି। ବାଂଲାଦେଶରୁ ଆସିଥିବା ଏହି ଜାହାଜ ପାରାଦୀପଠୁ ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ନେଇ ଚୀନ୍ ଯାଇଥାନ୍ତା। ମାତ୍ର ଜର୍ମାନୀର ଏକ କମ୍ପାନୀ ଜାହାଜ ମାଲିକଙ୍କଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଦାବି କରି ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଲୋ ସଲଫର୍ ମେରାଇନ୍ ଗ୍ୟାସ୍ ଅଏଲ୍ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୧୫ ଦିନ ତଳେ ଚୀନର ଏକ ଜାହାଜକୁ ପାରାଦୀପରେ ଗିରଫ କରାଯାଇଥିଲା।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories