www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଆ ପକ୍ଷ ପାଳନ : କେନ୍ଦୁଝର ଜିଲାର ଦେବାଳୟ ଓ ଐତିହ୍ୟସ୍ଥଳୀରେ ସ୍ବଚ୍ଛତା ଅଭିଯାନ

କେନ୍ଦୁଝରଗଡ: ଓଡ଼ିଆ ପକ୍ଷ ପାଳନ ଅବସରରେ କେନ୍ଦୁଝର ଜିଳା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ଷଷ୍ଠ ଦିନରେ ଜିଳାର ବିଭିନ୍ନ ଦେବାଳୟ ଓ ଐତିହ୍ୟସ୍ଥଳୀ ମାନଙ୍କରେ ସ୍ଵଚ୍ଛତା ଆଭିଯାନ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ମାନଙ୍କଦ୍ୱାରା  ଓଡିଶାର ଧାର୍ମିକ,ସାଂସ୍କୃତିକ ଅନୁଷ୍ଠାନ ସହ ଐତିହ୍ୟ ସ୍ଥାନ ମାନଙ୍କରେ ସ୍ଵଚ୍ଛତା ଅବଲମ୍ବନ ସହ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ଵ ଦିଆଯାଇ ଓଡିଶାର  ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି।
ଏଥିସହ ବିଭିନ୍ନ ବ୍ଲକ ସମ୍ମୁଖମାନଙ୍କରେ ମଧ୍ୟ ଆଜିଠାରୁ ଏହି ସ୍ଵଚ୍ଛତା କାର୍ଯ୍ୟକମ ଆରମ୍ଭ ହୋଇଛି।
କେନ୍ଦୁଝରଠାରେ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ସିଦ୍ଧ ମଠଠାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, କେନ୍ଦୁଝରଗଡ଼ ପୌରପାଳିକାର ଅଧିକାରୀ ଓ ପାରିଷଦଙ୍କ ଉପସ୍ଥିତିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପାଟଣା ରଘୁନାଥଜୀଉ ମନ୍ଦିରଠାରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories