www.samajalive.in
Monday, December 15, 2025
16.1 C
Bhubaneswar

ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ଅନ୍ୟର ଏହି ୬ଟି ଜିନିଷ : ମାଡ଼ି ଆସିବ ଦୁର୍ଦ୍ଦଶା

ସାଧାରଣତଃ ବହୁ ଲୋକଙ୍କର ଏକ ସାଧାରଣ ଅଭ୍ୟାସ ଥାଏ ଯେ, ଆବଶ୍ୟକ ପଡ଼ିଲେ ସେମାନେ ଅନ୍ୟର ଜିନିଷ ବ୍ୟବହାର କରିଥାଆନ୍ତି। ଏହାଦ୍ୱାରା ସେହି ସମୟରେ ତାଙ୍କୁ ଲାଭ ମିଳିଯାଏ ସତ, ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ବହୁ କ୍ଷତି ସହିବାକୁ ପଡ଼ିଥାଏ। ଅନ୍ୟର ଏପରି କିଛି ଜିନିଷ ରହିଛି ଯାହାକୁ କି ଭୁଲରେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ବିଶେଷ କରି ଅନ୍ୟର ଏହି ୬ଟି ଜିନିଷକୁ ଆଦୌ ବ୍ୟବହାର କରିବା ଉଚିତ ନୁହେଁ। ଚାଲନ୍ତୁ ଜାଣିବା ସେହି ୬ଟି ଜିନିଷ କ’ଣ –

୧. ବାସ୍ତୁ ଶାସ୍ତ୍ର ଅନୁସାରେ କେବେହେଲେ ଅନ୍ୟର ରୁମାଲ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ କ୍ଷତି ହୋଇଥାଏ।
୨. କେବେହେଲେ ଅନ୍ୟର ବିଛଣାରେ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଓ ଆର୍ôଥକ ହାନି ହୋଇଥାଏ।
୩. ଅନ୍ୟର ବସ୍ତ୍ର ଓ ଜୋତା ବ୍ୟବହାର କରିବା ଆଦୌ ଉଚିତ ନୁହେଁ।
୪. ଏଥିପ୍ରତି ସର୍ବଦା ଧ୍ୟାନ ଦେବା ଉଚିତ ଯେ, ଯଦି ଆପଣ କାହାଠାରୁ ଧାର ନେଉଛନ୍ତି ତାହେଲେ ସଠିକ୍‍ ସମୟରେ ତାକୁ ପରିଶୋଧ କରିବା ଉଚିତ।
୫. ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ୟର କଲମ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।
୬. କେବେହେଲେ ଅନ୍ୟର ହାତ ଘଣ୍ଟା ପିନ୍ଧିବା ଉଚିତ ନୁହେଁ। କାରଣ ଏପରି ହୋଇପାରେ ଯେ, ଯାହାର ଘଣ୍ଟା ଆପଣ ପିନ୍ଧିଛନ୍ତି ତାଙ୍କର ଯଦି କୌଣସି ଖରାପ ସମୟ ଚାଲୁଥିବ ତାହା ଆପଣଙ୍କ ଉପରକୁ ଆସିପାରେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories