www.samajalive.in
Friday, December 5, 2025
23.1 C
Bhubaneswar

୨୫ରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଏଆଇସିସି ଅଧ୍ୟକ୍ଷ ହେବା ପରେ ରାହୁଳ ଗାନ୍ଧୀ ଜାନୁଆରୀ ୨୫ରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ କର୍ମୀଙ୍କ ସହ ବୈଠକ ପରେ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶାର ଉପକୂଳବର୍ତ୍ତୀ ଜିଲାରେ ଜନସଭା ହେବାକୁ ଥିବା ବେଳେ କର୍ମକର୍ତ୍ତାଙ୍କ ସହ ବୈଠକ ଭୁବନେଶ୍ବରରେ ହେବ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ । ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ଖବର କଂଗ୍ରେସ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କର୍ମକର୍ତ୍ତାଙ୍କ ସହ ବୈଠକ ଭୁବନେଶ୍ବର ହେବ କିନ୍ତୁ କେଉଁ ସ୍ଥାନରେ ଜନସଭା ହେବ ତାହା ଗୋଟିଏ ଦୁଇ ଦିନ ମଧ୍ୟରେ ସ୍ଥିର କରାଯିବ । ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ନେଇ କଂଗ୍ରେସ କର୍ମକର୍ତ୍ତାମାନେ ବହୁତ ଉତ୍ସାହିତ ଅଛନ୍ତି । ଓଡିଶାରେ କଂଗ୍ରେସ ୨୦୦୦ ମସିହାରୁ ଶାସନ କ୍ଷମତାକୁ ଆସିନଥିବା ବେଳେ ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ଦଳକୁ କେତେ ସୁଦୃଢ କରିବ ତାହା ସମୟ କହିବ ।

ଓଡିଶାରେ କଂଗେସ ହେଉଛି ମୁଖ୍ୟ ବିରୋଧୀ ଦଳ । ରାଜ୍ୟ ରାଜନୀତି ଇତିହାସରେ ୨୦୦୪ରେ ବିଜେଡି ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢି ୯୩ ବିଧାନସଭା ଆସନ ହାସଲ କରିଥିଲେ । ବିଜେଡି ୮୪ଟି ଆସନରୁ ୬୧ ଆସନ ହାସଲ କରିଥିବା ବେଳେ ବିଜେପି ୬୩ରୁ ୩୨ଟି ଆସନ ହାସଲ କରିଥିଲେ । ୨୦୦୯ରେ ଉଭୟ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଥିଲା। ୨୦୦୯ ନିର୍ବାଚନରେ ୧୪୫ ଟି ଆସନରୁ ବିଜେପି ୬ଟି ଏବଂ ବିଜେଡି ୧୦୭ଟି ଆସନ ହାସଲ କରିଥିଲା। ୨୦୧୪ ନିର୍ବାଚନରେ ୧୪୭ଟି ଆସନରୁ ବିଜେଡି ୧୧୭ଟି ଆସନ ହସଲ କରିଥିବା ବେଳେ ସେହି ବର୍ଷ ଫେବ୍ରୁଆରୀ ହୋଇଥିବା ଉପନିର୍ବାଚନରେ ବାଜିମାତ ମାରି ବିଜେଡିର ଆସନ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଥିଲା।

- Advertisement -

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories