www.samajalive.in
Friday, December 5, 2025
23.1 C
Bhubaneswar

ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା : ରାୟଗଡା ରେଳ ଷ୍ଟେସନରୁ ୧୯ କେଜି ୩୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଗଞ୍ଜେଇ ଚାଲାଣକାରୀ ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ କର୍ମଚାରୀ ଏବଂ ଜିଆରପି ପୁଲିସ ଷ୍ଟେସନରେ ପଇଁତରା ମାରୁଥିବା ବେଳେ ଦ୍ବିତୀୟ ଶ୍ରେଣୀର ଅପେକ୍ଷା କକ୍ଷରେ ଦୁଇଟି ବ୍ୟାଗ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟାଗରୁ ଗଞ୍ଜେଇର ଗନ୍ଧ ବାହାରୁଥିବା ବେଳେ ନିକଟରେ ଅଭିଯୁକ୍ତ ପ୍ରଶାନ୍ତ ବସିଥିଲେ। ପୁଲିସ ପ୍ରଶାନ୍ତଙ୍କୁ ପଚରାଉଚରା କରିଥିଲେ। ଦୁଇଜଣ ବ୍ୟକ୍ତି ଗତକାଲି ରାତିରେ କୋରାପୁଟରୁ ଆସି ଏହି ୨ବ୍ୟାଗ ଦେଇ ଚାଲିଯାଇଥିବା ପ୍ରଶାନ୍ତ ସ୍ବୀକାର କରିଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ଏଚ.କେ ବୁରୁଦା କହିଛନ୍ତି। ପ୍ରଶାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ହୋଇଥିବା ବେଳେ ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସେ କହିଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories