www.samajalive.in
Saturday, December 6, 2025
17.1 C
Bhubaneswar

ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ : ମୋଦୀ ସରକାର ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଗୋଟି ଚାଳନା କରିଛନ୍ତି । ସୋମବାର କେନ୍ଦ୍ର କ୍ୟାବିନେଟ୍ ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କ୍ରମେ କେନ୍ଦ୍ର ସରକାର ସଂରକ୍ଷଣ କୋଟାକୁ ବୃଦ୍ଧି କରିବେ।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସମ୍ବିଧାନରେ ଆର୍ଥିକ ଆଧାରରେ ସଂରକ୍ଷଣ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ସମ୍ବିଧାନ ସଂଶୋଧନ ହିଁ ଏକମାତ୍ର ବିକଳ୍ପ ରହିଛି। ଏଭଳି ହେଲେ ସଂରକ୍ଷଣ ବ୍ୟବସ୍ଥା ୪୯.୫%ରୁ ବୃଦ୍ଧି ପାଇ ୫୯.୫%ରେ ପହଞ୍ଚିବ। ଏଥିରେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦% କୋଟା ରହିବ। ସାଧାରଣ ବର୍ଗର ଆର୍ଥିକ ପଛୁଆ ବା ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ଏବେ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ବଡ଼ ରାଜନୈତିକ ଗୋଟି ଚାଳନା ବୋଲି କୁହାଯାଉଛି। ସୂଚନା ଅନୁସାରେ ବାର୍ଷିକ ୮ ଲକ୍ଷରୁ କମ୍‍ ପାରିବାରିକ ଆୟ କରୁଥିବା ସାଧାରଣ ବର୍ଗର ଲୋକଙ୍କୁ ଏହି ସଂରକ୍ଷଣ ଲାଭ ମିଳିବ। ଏହାବାଦ୍‍ ସହରରେ ୧୦୦୦ ସ୍କୋୟାରଫୁଟ୍‍ରୁ ଛୋଟ ଘର କିମ୍ବା ୫ ଏକରରୁ କମ୍‍ ଚାଷ ଜମି ବି ସର୍ତ୍ତ ଭାବେ ରଖାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories