www.samajalive.in
Saturday, December 6, 2025
17.1 C
Bhubaneswar

ପଞ୍ଚଦଶ ଅର୍ଥ ଆୟୋଗଙ୍କ ୪ ଦିନିଆ ଓଡ଼ିଶା ଗସ୍ତ

ରାଜ୍ୟ ସରକାର, ପଂଚାୟତିରାଜ, ପୌର ସଂସ୍ଥା, ଶିଳ୍ପ-ବାଣିଜ୍ୟ ସଂଗଠନ, ରାଜନୈତିକ ଦଳର ପ୍ରତିନିଧିଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : ପଞ୍ଚଦଶ ଅର୍ଥ ଆୟୋଗ ଏହାର ଅଧ୍ୟକ୍ଷ, ନନ୍ଦ କିଶୋର ସିଂହଙ୍କ ନେତୃତ୍ୱରେ ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। କମିଶନ୍‍ର ଅଧ୍ୟକ୍ଷ ଶ୍ରୀ ସିଂଙ୍କ ନେତୃତ୍ବରେ  ଏକ ୧୫ ଜଣିଆ ଦଳ ଏହି ଗସ୍ତରେ ଆସିଛନ୍ତି । କମିଶନର ସଦସ୍ୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ୱାଗତ କରିଥିଲେ ।

ମଙ୍ଗଳବାରଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ବୈଠକରେ ଯୋଗଦେବେ। ବୈଠକ କାଳରେ ଆୟୋଗ ରାଜ୍ୟର ଆର୍ଥିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

- Advertisement -

ପଞ୍ଚାୟତିରାଜ ସଂସ୍ଥା ଏବଂ ସ୍ଥାନୀୟ ପୌର ପ୍ରଶାସନର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଏକ ବୈଠକରେ ଆୟୋଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆୟୋଗ ଏହି ଗସ୍ତ କାଳରେ ମଧ୍ୟ ରାଜ୍ୟର ଶିଳ୍ପ ବାଣିଜ୍ୟ ସଂଗଠନର ପ୍ରତିନିଧି ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବେ।

ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ-ଓଡ଼ିଶା ସରକାରଙ୍କ ଅଧୀନ ଏକ ସ୍ୱୟଂଶାସିତ ସୋସାଇଟି ଓଡ଼ିଶା ଜୀବିକା ମିଶନ (ଓଏଲଏମ)ର ସମୀକ୍ଷା କରିବା ଲାଗି ଆୟୋଗ କ୍ଷେତ୍ର ପରିଦର୍ଶନ କରିବେ। ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ପାନୀୟ ଜଳ ଯୋଗାଣ, ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆୟୋଗ ବୁଲିଦେଖିବେ। ଆୟୋଗ ଚିଲିକା ଉନ୍ନୟନ କର୍ତୃପକ୍ଷ ସମେତ ଆଦ୍ରଭୂମି ଗବେଷଣା କେନ୍ଦ୍ର ଦ୍ୱାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବେ। ଆୟୋଗଙ୍କର ଏହା ୧୫ତମ ରାଜ୍ୟ ଗସ୍ତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories