www.samajalive.in
Monday, December 15, 2025
15.1 C
Bhubaneswar

ଜଙ୍ଗଲରୁ ଖପୁରୀ, ହାଡ ଜବତ, ପାଖରେ ପଡିଛି ସାଇକେଲ

ଗଞ୍ଜାମ: ଗଞ୍ଜାମ ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରୀ ଓ ହାଡ ଜବତ ହୋଇଛି। ଆଜି ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପାଟପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖପୁରୀ ହାଡ କାହାର , କେମିତି ଏହି ଜଙ୍ଗଲ ନିକଟକୁ ଆସିଲା ସେ ନେଇ ସ୍ପଷ୍ଟ ହୋଇନଥିବାବେଳେ ସାଇଣ୍ଟିଫିକ୍ ଟିମର ସହାୟତା ନେବ ପୁଲିସ୍। ଖପୁରୀ ହାଡ ପଡି ରହିଥିବା ସ୍ଥାନଠାରୁ କିଛି ଦୂରରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି। ଏହା ମଣିଷ ଖପୁରୀ ହୋଇଥିବା ମଧ୍ୟ ସନ୍ଦେହ ବଢିଛି। ତେବେ କେହି ଆତ୍ମହତ୍ୟା କରିଛି କିମ୍ବା ହତ୍ୟା କରାଯାଇଛି ,  ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories