www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟସଭାରେ ହଂଗାମା – କ’ଣ କହିଲେ ଜଗଦୀପ, କାହିଁକି ରାଗିଲେ ଜୟା!

ଡେସ୍କ: ବଜେଟ ଅଧିବେଶନର ଶେଷ ଦିନରେ ଆଜି ରାଜ୍ୟସଭାର ପରିବେଶ ବେଶ ସରଗରମ ରହିଥିଲା। ରାଜ୍ୟସଭା ଅଧ୍ୟକ୍ଷଙ୍କ ଆଚରଣକୁ ଗ୍ରହଣ କରିପାରିନଥିଲେ ଜୟା ବଚ୍ଚନ। ସେଇଠୁ ଆରମ୍ଭ ହୋଇଥିଲା କଥା କଟାକଟି।

ଘଟଣାକ୍ରମ ଥିଲା ଏମିତି। କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ବିଜେପି ସାଂସଦ ଘନଶ୍ୟାମ ତିୱାରୀଙ୍କ ମନ୍ତବ୍ୟକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କ୍ଷମା ମାଗିବାକୁ ଦାବି କରିଥିଲେ।

- Advertisement -

ଜୟା କହିଥିଲେ, “ଅଧ୍ୟକ୍ଷ ବ୍ୟବହାର କରିଥିବା ସ୍ୱରକୁ ମୁଁ ବିରୋଧ କରିଥିଲି। ଆମେ ସ୍କୁଲ ପିଲା ନୁହଁ। ଆମ ମଧ୍ୟରୁ ଅନେକ ବରିଷ୍ଠ ନାଗରିକ। ମୁଁ ଏହି ସ୍ୱରରେ ଅସନ୍ତୁଷ୍ଟ ଥିଲି ଏବଂ ବିଶେଷ କରି ଯେତେବେଳେ ବିରୋଧୀ ଦଳର ନେତା ମାନେ କହିବା ପାଇଁ ଠିଆ ହୋଇଥିଲେ, ସେତେବେଳେ ସେ ମାଇକ୍ ବନ୍ଦ କରିଦେଇଥିଲେ। ଆପଣ ଏହା କିପରି କରିପାରିବେ? ବିରୋଧୀ ଦଳ ନେତାଙ୍କୁ କହିବାକୁ ଦେବାକୁ ପଡ଼ିବ। ଇମାନ୍ ପ୍ରତିଥର ଅସଂସଦୀୟ ଶବ୍ଦ ବ୍ୟବହାର କରନ୍ତି ଯାହା ମୁଁ ଆପଣମାନଙ୍କ ସାମ୍ନାରେ କହିବାକୁ ଚାହେଁ ନାହିଁ। ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି, ସେ ‘ବୁଦ୍ଧିହିନ’ ଭଳି ଶବ୍ଦ ବ୍ୟବହାର କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଅଧ୍ୟକ୍ଷ କହିଥିଲେ ତୁମେ ଜଣେ ସେଲିବ୍ରିଟି ହୋଇପାରେ, ମୋର କିଛି ଫରକ ନାହିଁ। ମୁଁ କହିଥିଲି, ମୁଁ ଜଣେ ସଂସଦର ସଦସ୍ୟ। ଏହା ମୋର ପଞ୍ଚମ ପାଳି। ମୁଁ ଜାଣେ ମୁଁ କ’ଣ କହୁଛି। ଆଜିକାଲି ସଂସଦରେ ଯେଉଁଭଳି କଥା ହେଉଛି, ତାହା ପୂର୍ବରୁ କେହି କହି ନାହାନ୍ତି। ସେ କ୍ଷମା ମାଗିବା ଚାହୁଁଛି ବୋଲି ଜୟା କହିଥିଲେ।

ସୋନିଆ ଗାନ୍ଧୀଙ୍କ ସମେତ ଅନେକ ମହିଳା ସାଂସଦ ଉପସ୍ଥିତ ଥିଲେ। ମହିଳା ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ତାଙ୍କ ଦାବିକୁ ସମର୍ଥନ କରିଛନ୍ତି। ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ସାଂସଦ ଜୟା ବଚ୍ଚନ ନିଜେ ଉପରାଷ୍ଟ୍ରପତିଙ୍କ ତୁଳନାରେ ଅଧିକ ଅଭିଜ୍ଞ। ସେ ସଂସଦ ସଦସ୍ୟଙ୍କୁ ଅସମ୍ମାନ କରିପାରିବେ ନାହିଁ। ଟିଏମସି ସାଂସଦ ଡୋଲା ସେନ କହିଛନ୍ତି, ଜୟା ବଚ୍ଚନ ସେଲିବ୍ରିଟି ଭାବେ ଏଠାକୁ ଆସିନାହାନ୍ତି। ସେ ସଂସଦର ନିର୍ବାଚିତ ସଦସ୍ୟ ଭାବେ ଏଠାକୁ ଆସିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ସଦସ୍ୟମାନେ ରାଜ୍ୟସଭାରୁ କକ୍ଷ ତ୍ୟାଗ କରିଥିଲେ। ବିରୋଧୀ ସାଂସଦମାନେ କକ୍ଷ ତ୍ୟାଗ କରିବା ପରେ ଅଧ୍ୟକ୍ଷ ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ବିରୋଧୀ ମାନେ ସଂସଦ ଛାଡୁଛନ୍ତି। ଗୃହ ନେତା ଜେପି ନଡ୍ଡା କହିଥିଲେ ଯେ ବିରୋଧୀଙ୍କ ଆଚରଣ ଅନୁଚିତ ଏବଂ ନିନ୍ଦନୀୟ। ଗୃହରେ ବିରୋଧୀଙ୍କ ଆଚରଣକୁ ନେଇ ସେ ‘ନିନ୍ଦା ପ୍ରସ୍ତାବ’ ଆଗତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories