www.samajalive.in
Sunday, December 14, 2025
19.1 C
Bhubaneswar

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସ୍ୱତନ୍ତ୍ର ଦୁଇ ବର୍ଷିଆ ବି.ଏଡ଼କୁ ବାଦ୍ ଦେବା ପ୍ରସଙ୍ଗ: ସମାଧାନ ଦାବି

ପାଟଣା: ରାଜ୍ୟରେ ପ୍ରାୟ ୧୨ଟି ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ଦୁଇ ବର୍ଷିଆ ସ୍ୱତନ୍ତ୍ର ବି.ଏଡ଼ ପାଠ୍ୟକ୍ରମ ଚାଲୁଛି।  ଯାହାକି ୨୦୧୫ ମସିହା ପୂର୍ବରୁ ଏକ ବର୍ଷିଆ ପାଠ୍ୟକ୍ରମ ଥିଲା । ଏବଂ ଏନସିଟିଇ ନିୟମ ଅନୁସାରେ ଓ ଭାରତୀୟ ପୁନର୍ବାସ ପରିଷଦର ନୋଟିଫିକେସନ ଅନୁଯାୟୀ ୨୦୧୫ ଶିକ୍ଷା ଶିକ୍ଷାବର୍ଷ ଠାରୁ ଦୁଇ ବର୍ଷୀଆ ପାଠ୍ୟକ୍ରମରେ ପରିଣତ ହୋଇଛି। ଏବଂ ପ୍ରତିବର୍ଷ ଓଡ଼ିଶାର ପ୍ରାୟ ୩୦୦ରୁ ଅଧିକ ବିଦ୍ୟାର୍ଥୀ ଉକ୍ତ କୋର୍ସରେ ନାମ ଲେଖାଇ ସାଧାରଣ ଶିକ୍ଷକ ଏବଂ ସ୍ୱତନ୍ତ୍ର ଶିକ୍ଷକ ହେବା ପାଇଁ ତାଲିମ ନେଉଛନ୍ତି।  କିନ୍ତୁ ହେବାକୁ ଯାଉଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଉଚ୍ଚ ପ୍ରାଥମିକ ସ୍ତରରେ ଆବେଦନ କରିଥିବା ଏବଂ ଚୟନ ହୋଇଥିବା ଦୁଇ ବର୍ଷିଆ ସ୍ୱତନ୍ତ୍ର ବିଏଡ଼ ପିଲାଙ୍କର ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ସରିଥିବା ସତ୍ୱେ ଶେଷ ପର୍ଯ୍ୟାୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ।  ଏହି ସମସ୍ୟା ସମ୍ବନ୍ଧରେ ଓଡିଶା ସ୍ୱତନ୍ତ୍ର ଶିକ୍ଷକ ସଙ୍ଗଠନ ଏବଂ ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ସଂଘର ଏକ ମିଳିତ ବୈଠକ  ଅନୁଷ୍ଠିତ ହୋଇଛି। ଏବଂ  ମନ୍ତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି। ମାନ୍ୟବର ମନ୍ତ୍ରୀ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।  ସଂଗଠନ ଏ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡ଼ିବା ଉପରେ ପଦକ୍ଷେପ ଗ୍ରହଣ କରୁଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories