www.samajalive.in
Monday, December 15, 2025
27.1 C
Bhubaneswar

ଉନ୍ନୟନ କାର୍ଯ୍ୟର ଅଚଳାବସ୍ଥା ବିରୁଦ୍ଧରେ ବିଜେଡିର ଗଣ ବିକ୍ଷୋଭ ଓ ଆନ୍ଦୋଳନ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅତାବିରା ବ୍ଲକ୍ ଓ ଏନ୍ଏସିର ସମସ୍ତ ଲୋକାଭିମୁଖୀ ଉନ୍ନୟନମୂଳକ କାର୍ଯ୍ୟର ଅଚଳାବସ୍ଥା ବିରୁଦ୍ଧରେ ବିଜେଡି ପକ୍ଷରୁ ପୁଲିସ ଛାଉଣିରେ ଗଣ ବିକ୍ଷୋଭ ଓ ଆନ୍ଦୋଳନ ବିଜେଡିର ବରିଷ୍ଠ ସଭ୍ୟ ଉର୍କୁଲୁ ସାହୁଙ୍କ ଅଧ୍ୟକ୍ଷତାକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ଉପାଧ୍ୟକ୍ଷ ଅନୁଶୟା ବିଶ୍ବାଳ, ଅନନ୍ତ ମେହେର, ଜିଲାପରିଷଦ ସୁଦାମ ଜାଲ, ଶମ୍ଭୁ ସେଠ୍, ବିଧାୟିକା ପ୍ରତିନିଧି ଟଙ୍କ ଦାଶ, ସୁଶାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସିଦ୍ଧାର୍ଥ ଶଙ୍କର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଖଇରପାଲିର ଜଣେ ଯୁବ ଠିକାଦାର ତାଙ୍କର ବିଲ୍ ନ ପାଇ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରି ତାଙ୍କର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିବା ସହ ସରକାରଙ୍କ ହିଟଲର ଶାସନର ଏହା ଜ୍ୱଳନ୍ତ ପ୍ରମାଣ ବୋଲି ମଞ୍ଚାସୀନ ସମସ୍ତେ ନିଜ ନିଜର ବକ୍ତବ୍ୟରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଅନେକ ଦଳୀୟ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ କାର୍ଯ୍ୟକଳାପ ଉପରେ ଗର୍ଜିଥିଲେ। ଅତାବିରା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଓ ବିଭିନ୍ନ ଗ୍ରାମପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ପ୍ରସ୍ତାବ ଓ ଗ୍ରାମବାସୀଙ୍କ ଦାବି ଅନୁସାରେ ଅନେକ ପ୍ରକଳ୍ପ ବିଗତ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟାଦେଶ ହେବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଯାହା ବିଗତ ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମୟ ବିତି ଯାଇଥିଲେସୁଦ୍ଧା ଅତାବିରା ବ୍ଲକରେ ହେବାକୁ ଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବନ୍ଦ କରି ଦିଆଯିବା ସହ ଅନେକ ଅର୍ଦ୍ଧ ନିର୍ମିତ ପ୍ରକଳ୍ପର ନିର୍ମାଣ, ସାମଗ୍ରୀ ଯୋଗାଇଥିବା ବ୍ୟକ୍ତିଙ୍କ ପାଉଣା ତଥା ଏଥିରେ ନିୟୋଜିତ ମଜୁରିଆଙ୍କ ଦିନ ମଜୁରୀ ମଧ୍ୟ ମିଳି ପାରୁ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଅଞ୍ଚଳର ଆଧ୍ୟାତ୍ମିକତା ସହ ସମ୍ପର୍କିତ ବିଭିନ୍ନ ମଠ, ମନ୍ଦିରର କାର୍ଯ୍ୟ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ବିକାଶମୂଳକ କାର୍ଯ୍ୟ ଓ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମିତ କାର୍ଯ୍ୟକାରୀ ହୋଇଥିବା କ୍ଳବ୍, କଲ୍ୟାଣ ମଣ୍ଡପ, ଶ୍ମଶାନ ଘାଟ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ୍ୟ ବଜାର, ରାସ୍ତା ଓ ଡ୍ରେନ ଇତ୍ୟାଦି କାର୍ଯ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିରହିଛି। ଯାହା ଫଳରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଅନୁଦାନ ଯଥା ବିଧାୟିକା ପାଣ୍ଠି, ଆମ ଓଡ଼ିଶା ନବୀନ ଓଡ଼ିଶା ପାଣ୍ଠି, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ତଥା ପଞ୍ଚଦଶ ଅର୍ଥ କମିଶନ ପାଣ୍ଠିରେ ଗଚ୍ଛିତ ଥିବା କୋଟି କୋଟି ଟଙ୍କାକୁ ଅତିଶୀଘ୍ର ଉପଯୋଗ କରି ପ୍ରକଳ୍ପଗୁଡ଼ିକୁ ତ୍ବରାନିତ କରିବା ସହ ବକେୟା ପାଉଣାକୁ ଶୀଘ୍ର ପ୍ରଦାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲାପାଳ, ସିଏମଓ ଏବଂ ପଞ୍ଚାୟତିରାଜ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ବକେୟା ବିଲ୍‌ ପ୍ରଦାନ ଓ ନୂତନ କାର୍ଯ୍ୟାରମ୍ଭ ହୋଇ ପାରୁ ନଥିବା ପ୍ରତିବାଦ କରିଥିଲେ। ତେଣୁ ଯଦି ତାଙ୍କର ଦାବି ପୂରଣ କରା ନ ଯାଏ ତେବେ ଗଣ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଗଣ ବିକ୍ଷୋଭରେ ଅଞ୍ଚଳର ଶତାଧିକ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories