ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଡେସ୍କ: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ସକାଳ ସାଢ଼େ ୯ଟାରେ ୭ଟି ଗେଟ ଖୋଲିଛନ୍ତି। ଏହି ୭ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଉଛି। ଆଜି ୩ଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ ଖୋଲାଯାଇ ବନ୍ୟାଜଳ ଛଡାଯିବ। ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୨ଟା ୭ଟି ଓ ଅପରାହ୍ନ ୨ଟା ୩୦ରେ ବାକି ୬ଟି ଗେଟ୍ ଖୋଲାଯିବ।

୨୦ଟି ଗେଟ୍ ଖୋଲାଯିବା ଫଳରେ ଆସନ୍ତାକାଲି ଜୁଲାଇ ୨୯ ତାରିଖ ସକାଳ ୮ଟା ସୁଦ୍ଧା ଖଇରମାଳ ଠାରେ ୪.୫୦ ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ।

କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ଭାଗ୍ୟଫଳ

ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଂଚଳରେ ଲୋକମାନଙ୍କୁ ସତର୍କ କରାଯାଇଛି। ମହାନଦୀ ଭିତରକୁ ନ ଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପଶୁମାନଙ୍କୁ ମଧ୍ୟ ନଦୀ ନିକଟବର୍ତ୍ତୀ ଅଂଚଳକୁ ନ ଛାଡିବା ପାଇଁ କୁହାଯାଇଛି। ଜିଲ୍ଲାପାଳମାନେ ମଧ୍ୟ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.