www.samajalive.in
Monday, December 15, 2025
14.1 C
Bhubaneswar

ବିଜୁ ଗାଁ ଗାଡ଼ିରୁ ପଡ଼ି ବୃଦ୍ଧ ମୃତ

ମୋହନା: ମୋହନା ବ୍ଲକ୍‍ ଅଡ଼ବା ଥାନା ଅନ୍ତର୍ଗତ ଗର୍ଡ଼ମା ପଞ୍ଚାୟତ ତେଲେଙ୍ଗାବନ୍ଧ ଗ୍ରାମର ଜଣେ ବୃଦ୍ଧଙ୍କର ବିଜୁ ଗାଁ ବସରୁ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ଦୀନ ରଇତ(୫୬)। ସେ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ସକାଳ ପ୍ରାୟ ୯ଘଟିକାରେ ମାର୍ଦ୍ଦିପଙ୍କା ଗ୍ରାମରୁ ମୋହନା ଅଭିମୁଖେ ଆସୁଥିବା ବିଜୁ ଗାଁ ବସ୍ (ପବନ ପୁତ୍ର)ରେ ଚଢ଼ିଥିଲେ। ଗାଡ଼ିରେ ପ୍ରବଳ ଭିଡ଼ ହୋଇଥିବା ଯୋଗୁଁ ସେ ବସ୍‍ର ଛାତ ଉପରେ ବସିଥିଲେ। ବସଟି ଆସୁଥିବାବେଳେ ଅଡ଼ବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମ ନିକଟ ଏକ ବୁଲାଣିରେ ବୁଲାଇବା ସମୟରେ ସେ ଗାଡ଼ିର ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅଡ଼ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ କ୍ରମେ ଉକ୍ତ ଗ୍ରାମ ଠାରୁ ମୋହନାକୁ କେବଳ ଗୋଟିଏ ମାତ୍ର ବିଜୁ ଗାଁ ଗାଡ଼ି ଆସୁଥିବା ବେଳେ ଲୋକେ ବାଧ୍ୟ ହୋଇ ଗାଡ଼ିର ଛାତ ଉପରେ ଓ ଓହଳି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ମୋହନା ଆସିଥାନ୍ତି। ଜନସାଧାରଣଙ୍କ ଦାବିକୁ ମାନି ନେଇ ରାଜ୍ୟ ସରକାର କାଟାମା ଠାରୁ ମୋହନା ଦେଇ ପାରଳାଖେମୁଣ୍ଡିକୁ ଗମନାଗମନର ସୁବିଧା ପାଇଁ ଦୁଇଟି ସରକାରୀ ବସ୍‍ ଯୋଗାଇ ଦେଇଥିଲେ। କିନ୍ତୁ ରାସ୍ତା ଖରାପର ଆଳ ଦେଖାଇ ଉକ୍ତ ବସ୍‍ ଦୁଇଟି ଦୀର୍ଘ ମାସ ଧରି କାଟାମା ନ ଯାଇ ମୋହନାରେ ଅବସ୍ଥାନ କରୁଅଛି। ଏଣୁ, ଶୀଘ୍ର ଜନସାଧାରଣଙ୍କ ସୁବିଧା ପାଇଁ ପୁଣି ଉକ୍ତ ବସ୍‍ ଦୁଇଟିକୁ ଉକ୍ତ ଗ୍ରାମଠାରୁ ସଦର ମହକୁମାକୁ ଚଳାଚଳ କରିବା ପାଇଁ ଶୁଭକାନ୍ତ ମନ୍ତ୍ରୀ, ଗୁଣମଣି ନାୟକ, ପୂର୍ବତନ ଅଡ଼ବା ସରପଞ୍ଚ ଅର୍ଜୁନ ଶବର ଓ ମାର୍କ ଗମାଙ୍ଗ ଆଦି ବରିଷ୍ଠ ନେତାମାନେ ଦାବି କରିଛନ୍ତି।
ପ୍ରକାଶ ଥାଉକି, ମୃତକ ଜଣଙ୍କ ଖଟିଖିଆ ଗରିବ ଶ୍ରେଣୀର ଆଦିବାସୀ ଲୋକ। ତାର ନିଜର ଭୂମି ଓ ଜମି ନଥିବାରୁ ସେ କୁଲି କାମକରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ସ୍ତ୍ରୀକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମୋହନା ବ୍ଲକ୍ ରେ ବାସକରୁଥିବା ଆଦିବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅତିଶୀଘ୍ର ଭୂମି ଯୋଗାଇଦେବା ଏବଂ ସରକାରୀ ସାହାଯ୍ୟ ମୃତକର ସ୍ତ୍ରୀକୁ ଯୋଗାଇ ଦେବା ପାଇଁ ମୋହନା ବ୍ଲକ୍‍ ଆଦିବାସୀ ମଂଥ ଆବାହକ ଫ୍ୟୁପିଲ୍‍ ଗମାଙ୍ଗ ଦାବି କରିଛନ୍ତି। ଯଦି ସରକାର ନ ମାନନ୍ତି ଦେବେ, ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ଘଟଣାର ତଦନ୍ତ ଅଡ଼ବା ଏସ୍‍ଆଇ ମମତା ପଣ୍ଡା କରୁଥିବା ଥାନାଧିକାରୀ ମୁକେଶ ଲାକ୍ରା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories