www.samajalive.in
Thursday, December 11, 2025
27.1 C
Bhubaneswar

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାର୍ତ୍ତନ ସମାରୋହ; ଦୀକ୍ଷାନ୍ତ ଭାଷଣ ରଖିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ

ନୂଆଦିଲ୍ଲୀ/ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ରଖିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର। ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପ୍ରଥମ ସମାବର୍ତନ ଉତ୍ସବ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେଉଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଡକ୍ଟର ପ୍ରମୋଦ କୁମାର ମିଶ୍ର। ଡକ୍ଟର ମିଶ୍ର ସମାରୋହରେ ପ୍ରଥମ ସମାବର୍ତ୍ତନୀ ଦୀକ୍ଷାନ୍ତ ଭାଷଣ ରଖିବେ। ସମ୍ବଲପୁରର ‘ଭୂମିପୁତ୍ର’ ହିସାବରେ ଡକ୍ଟର ମିଶ୍ରଙ୍କ ଅଭିଭାଷଣକୁ ଏହି ପୁରାତନ ଶିକ୍ଷାନୁଷ୍ଠାନର ଛାତ୍ରସମାଜ ଉତ୍ସୁକତାର ସହ ଚାହିଁ ବସିଛନ୍ତି।
ସହରର ପଟ୍ଟନାୟକପଡ଼ାରେ ଜନ୍ମିତ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡକ୍ଟର ମିଶ୍ର ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାରମ୍ଭିକ ଓ ବାଲ୍ୟଶିକ୍ଷା ସାରି ତତ୍କାଳୀନ ଗଙ୍ଗାଧର ମେହେର କଲେଜରେ ଉଚ୍ଚଶକ୍ଷା ଆରମ୍ଭ କରିଥିଲେ। ନିଜ କ୍ୟାରିୟରରେ ସର୍ବୋତ୍ତମ ସ୍ଥାନରେ ରହିଥିବା ଡକ୍ଟର ମିଶ୍ର ୧୯୭୨ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍)ରେ ଯୋଗ ଦେଇଥିଲେ। ସେ ଖ୍ୟାତନାମା ଦିଲ୍ଲୀ ସ୍କୁଲ ଅଫ୍‍ ଇକୋନୋମିକ୍ସରେ ଅଧ୍ୟୟନ ସହ ସସେକ୍ସ ବିଶ୍ୱବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ଉଲ୍ଲେଖନୀୟ ଗବେଷଣା କରି ଡକ୍ଟରେଟ୍‍ ଉପାଧି ପାଇଛନ୍ତି। ଜଣେ ସଚ୍ଚୋଟ, କର୍ମନିଷ୍ଠ ଓ ପାରଦର୍ଶୀ ପ୍ରଶାସନିକ ଅଧିକାରୀ ରୂପେ ନିଜ ଜୀବନ ଓ କ୍ୟାରିୟର ଗଢିଥିବା ଡକ୍ଟର ମିଶ୍ରଙ୍କ ଉପସ୍ଥିତି ପାଇଁ ତାଙ୍କର ପୁରାତନ ଶିକ୍ଷାନୁଷ୍ଠାନ ତଥା ବର୍ତମାନର ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଆଞ୍ଚଳିକ ତଥା ଓଡ଼ିଶାର ପରମ୍ପରାକୁ ସମ୍ମାନ ଜଣାଇ ବିଶ୍ୱବିଦ୍ୟାଳୟର ସମାର୍ତ୍ତନ ଉତ୍ସବରେ ମଞ୍ଚାସୀନ ଅତିଥି ଏବଂ ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଚଳିତ ପାରମ୍ପରିକ ଗାଉନ୍‍ ଓ ଟୋପି ପରିବର୍ତେ ସମ୍ବଲପୁରୀ ଉତରୀୟ ଓ ଜ୍ୟାକେଟ୍‍ ପରିଧାନ କରିବେ। ପ୍ରଥମ ବର୍ଷ ପ୍ରାୟ ୧୦୩ଜଣ ଟପ୍ପରଙ୍କୁ ଶ୍ରେଷ୍ଠ ଗ୍ରାଜୁଏଟ୍‍, ପୋଷ୍ଟ ଗ୍ରାଜୁଏଟ୍‍, ଏମ୍‍ଫିଲ୍‍ ଓ ପିଏଚ୍‍ଡି ସ୍କଲାର ଭାବେ ଉପାଧି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories