ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ତଥା ବରିଷ୍ଠ ଓକିଲ ଏଚଏସ ଫୁଲକା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ଆବାହକ ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେଜରିୱାଲ ତାଙ୍କୁ ଅନୁରୋଧ କରିଥିବା ଜଣାଯାଇଛି। ଗତବର୍ଷ ଫୁଲକା ପଞ୍ଜାବ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ୧୯୮୪ ଶିଖ ଦଙ୍ଗାର ପୀଡିତଙ୍କ ପକ୍ଷରୁ ଫୁଲକା ମାମଲା ଲଢି ଆସୁଛନ୍ତି।
Popular Categories



