www.samajalive.in
Tuesday, December 9, 2025
26.1 C
Bhubaneswar

ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର:ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି। ବିଜେପି  ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସୁଭଦ୍ରା ଯୋଜନା ପାଇଁ  ସ୍ବତନ୍ତ୍ର ବ୍ୟୟବରାଦ କରିଛନ୍ତି।  ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୧୦ ହଜାର କୋଟି ବ୍ୟୟବରାଦ  କରିଛନ୍ତି। ସୁଭଦ୍ରା ଯୋଜନା ପାଇଁ ବ୍ୟୟବରାଦ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ ଏବଂ ଏହାକୁ କାର୍ଯ୍ୟକାରୀ ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡିକର ବିପଣନ ଓ ପ୍ରଚାର ପ୍ରସାର କରାଯିବ। ଆଗାମୀ ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବଜେଟରେ ୧ ହଜାର ୧ ଶହ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଲକ୍ଷପତି ଦିଦି ସୃଷ୍ଟି ପାଇଁ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନସ୍ଥ ଜୀବିକା ସଂଯୋଜକ ପଦକ୍ଷେପ ଗ୍ରହଣ କରିବ। ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏଥିପାଇଁ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories