www.samajalive.in
Saturday, December 6, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଗଲି ବୟ’ର ଟିଜର

ମୁମ୍ବଇ : ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ର ଟିଜର ରିଲିଜ ହୋଇଛି। ୧ମିନିଟ୍‍ ୩୦ସେକେଣ୍ଡର ଏହି ଟିଜରରେ ରଣବୀର ଗୀତରେ ର‍୍ୟାପ୍‍ କରୁଥିବାର ଦେଖିବାକୁ ମିଳିଛି। ଏଥିରେ ରଣବୀରଙ୍କ ହିପ୍‍ହପ୍‍ ର ଦୁନିଆ ବିଷୟରେ ମଧ୍ୟ ସାମାନ୍ୟ ଝଲକ୍‍ ପ୍ରଦର୍ଶିତ ହୋଇଛି। ଜୋୟା ଅଖ୍‍ତର୍‍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଗଲି ବୟ’ରେ ରଣବୀର କିପରି ଗରୀବରୁ ଧନୀ ହେଉଛନ୍ତି, ତାହାର ଝଲକ ଟିଜରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଆଲିୟା ଭଟ୍ଟ ଓ କଲ୍‍କୀ କୋଚଲିନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁସାରେ, ଏହାର ଟ୍ରେଲର ଜାନୁଆରୀ ୯ ତାରିଖରେ ରିଲିଜ ହେବ। ‘ଗଲି ବୟ’ ଚଳିତ ବର୍ଷ ଭାଲେନଟାଇନ୍ସ ଡେ’(୧୪ ଫେବୃଆରୀ)ରେ ମୁକ୍ତିଲାଭ କରିବ। ଏହାର କାହାଣୀ ମୁମ୍ବଇର ଗଳି ବା ସଡ଼କର ର‍୍ୟାପ୍ ଗାୟକଙ୍କ ଜୀବନ ଉପରେ ଆଧାରିତ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories