www.samajalive.in
Friday, December 5, 2025
20.1 C
Bhubaneswar

ପାଦ ପାଇଁ ନଡିଆ ତେଲର ବ୍ୟବହାର

ପ୍ରାୟତଃ ଆପଣମାନେ ମୁହଁ ଓ କେଶର ଯତ୍ନ ନେଇଥାଆନ୍ତି। ଏଥିପାଇଁ ପାଦର ଯତ୍ନ ନେବାକୁ ଭୁଲି ଯାଇଥାଆନ୍ତି। ମୁହଁ ଓ କେଶର ଯତ୍ନ ନେବା ଯେତିକି ଜରୁରୀ ପାଦର ଦେଖାଶୁଣା କରିବା ମଧ୍ୟ ଉଚିତ। ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସ୍କ୍ରବ କରିପାରିବେ। ସ୍କ୍ରବ କରିବା ଦ୍ବାରା ପାଦରୁ ମୃତ କୋଷିକା ଗୁଡିକ ବାହାରି ଯାଇଥାଏ। ନଡିଆ ତେଲରୁ ପ୍ରସ୍ତୁତ ସ୍କ୍ରବ ବ୍ୟବହାର କରିବା ଦ୍ବାରା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ନଡିଆ ତେଲକୁ ଲଗାଇବା ଦ୍ବାରା ତାହା ପାଦକୁ କୋମଳ କରିଥାଏ।

ନଡିଆ ତେଲ ଲଗାଇବାର ଲାଭ :

- Advertisement -

ନଡିଆ ତେଲରେ ସ୍ବାସ୍ଥ୍ୟ ଉପଯୋଗୀ ଫ୍ୟାଟ ରହିଛି। ଏହା ଚର୍ମକୁ ନରମ ରଖିଥାଏ। ଏହାକୁ ଚର୍ମରେ ଲଗାଇବା ଦ୍ବାରା ରୁକ୍ଷତା କମ୍ ହୋଇଥାଏ। ନଡିଆ ତେଲକୁ ପାଦରେ ଲଗାଇବା ଦ୍ବାରା ଅପରିଷ୍କାର ଅଂଶ ବାହାରି ଯାଇଥାଏ। ଏବଂ ଚର୍ମରେ ଅଧିକ ଚମକ ଆସିଥାଏ।

ନଡିଆ ତେଲ ଓ ସି-ବଟର :

ଏକ ଚାମଚ ନଡିଆ ତେଲରେ ୧ ଚାମଚ ସି-ବଟର ମିଶାନ୍ତୁ। ତାପରେ ସେଥିରେ ଏକ ଚାମଚ ଚିନି ମିଶାଇ ଦିଅନ୍ତୁ। ତାହାକୁ ପାଦରେ ସ୍କ୍ରବ କରନ୍ତୁ। ଏପରି କରିବା ଦ୍ବାରା ପାଦରେ ଥିବା ଅପରିଷ୍କାର ବାହାରି ଯାଇଥାଏ। ଏବଂ ଚର୍ମ ମଧ୍ୟ ଚମକି ଥାଏ।

ନଡିଆ ତେଲ ଓ ସୌଦ୍ଧା ଲୁଣ :

ସୌଦ୍ଧା ଲୁଣ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଦୁଇ ଚାମଚ ନଡିଆ ତେଲରେ ୩ ଚାମଚ ସୌଦ୍ଧା ଲୁଣ ମିଶାଇ ଦିଅନ୍ତୁ। ତାପରେ ତାକୁ ପାଦରେ ଭଲ ଭାବେ ସ୍କ୍ରବ କରନ୍ତୁ। ଏପରି ସ୍କ୍ରବ କରିବା ଦ୍ବାରା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ନଡିଆ ତେଲ ଓ ସାମୁଦ୍ରିକ ଲୁଣ :

ନଡିଆ ତେଲ ଓ ସାମୁଦ୍ରିକ ଲୁଣ ପାଦରୁ ମୃତ କୋଷିକା ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଗୋଟିଏ ପାତ୍ରରେ ନଡିଆ ତେଲ ନେଇ ସେଥିରେ ଦୁଇ ଚାମଚ ସାମୁଦ୍ରିକ ଲୁଣ ମିଶାନ୍ତୁ। ତାପରେ ମିଶ୍ରଣକୁ ପାଦରେ ସ୍କ୍ରବ କରନ୍ତୁ। ଏହା ପାଦକୁ ସୁସ୍ଥ ରଖିବା ସହ ସୁନ୍ଦର କରିଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories