www.samajalive.in
Sunday, December 14, 2025
19.1 C
Bhubaneswar

ସାହି ରାସ୍ତା ମରାମତି କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ଗ୍ରାମପଞ୍ଚାୟତ ଅଧିନସ୍ଥରେ ଥିବା ପାଲଖମଣ ଗ୍ରାମ ସ୍କୁଲ ଛକ ଠାରୁ ଆଦିବାସୀ ସାହିକୁ ସଂଯୋଗ ହୋଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିଲା। ବର୍ତମାନ ଲଗାଣ ବର୍ଷା ଲାଗି ରହୁଥିବା ଯୋଗୁଁ ରାସ୍ତାଟି ଭୀଷଣ କାଦୁଅ ଓ ବର୍ଷା ଜଳ ଜମି ରହୁଥିବା ହେତୁ ରାସ୍ତାରେ ଯାତାୟତ କରିବାରେ ଅସୁବିଧା ହେଉଛି। ସେହି କାଦୁଅ ଓ ଜମି ରହୁଥିବା ବର୍ଷା ଜଳରେ ଯାତାୟତ କରିବା ଦ୍ୱାରା କାଛୁକୁଣ୍ଡିଆ ଭଳି ମାରାତ୍ମକ ରୋଗରେ ଗ୍ରାମବାସୀ ଆକ୍ରାନ୍ତ ହେବାକୁ ପଡୁଥିଲା।

ଉକ୍ତ ଘଟଣାକୁ ପାଲଖମଣ ଗ୍ରାମବାସୀ ପଞ୍ଚାୟତ ଠାରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ। ଏଠାରେ ପ୍ରକାଶ ଥାଉ କି ଜୁନ ମାସ ୨୭ ତାରିଖ ଦିନ ଖଦ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଭୀଷଣ ବର୍ଷା ସତ୍ତ୍ୱେ ଅକସ୍ମାତ
ଗସ୍ତରେ ଆସି ପାଲଖମଣ ଗ୍ରାମ ପରିଦର୍ଶନ କରିଥିଲେ। ତଥାପି ପାଲଖମଣ ଗ୍ରାମର ଅବସ୍ଥା ଯେମିତିକୁ ସେମିତି ପଡି ରହିଥିଲା। ଆଜି ଉକ୍ତ ଗ୍ରାମର ଚିତ୍ତ ଭାତ୍ରିଆ ,ବିଜୟ ମହାନନ୍ଦିଆ, ଅନିରୁଦ୍ଧ କୌଶଲ୍ୟା, ପବିତ୍ର ଭାତ୍ରିଆ, ଅଦୁ କୃଷିକା, ଘାଷି କୃଷିକା ପ୍ରମୁଖ ବ୍ୟକ୍ତି ବିଶେଷ ନିଜ ସାହି ବାସିନ୍ଦା ମାନଙ୍କ ଠାରୁ କିଛି ଅର୍ଥ ଆଦାୟ କରି ଉକ୍ତ ରାସ୍ତାରେ ବାଲି ପକାଇ ରାସ୍ତା ମରାମତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପରିତାପର ବିଷୟ ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ଖଣ୍ଡେ ପକ୍କା ରାସ୍ତାର ବ୍ୟବସ୍ଥା ସାତସପନ ହୋଇ ପଡ଼ି ରହିଛି। ଏଣୁ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ଅଞ୍ଚଳବାସୀ ଦାବି ରଖିଛନ୍ତି।

ମାଟି ତଳୁ ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories