www.samajalive.in
Saturday, December 6, 2025
26.1 C
Bhubaneswar

କଂଗ୍ରେସର ଘୋଷଣା ପତ୍ରକୁ ନକଲ କରିଛନ୍ତି ଅର୍ଥମନ୍ତ୍ରୀ-ପି.ଚିଦାମ୍ବରମ୍‍

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରି ଅନେକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‍ । ସେ କହିଛନ୍ତି ଯେ ମୋତେ ଚଳିତ ବଜେଟ ବିଷୟରେ ଜାଣି ଖୁସି ଲାଗୁଛି । ନିର୍ବାଚନ ଫଳାଫଳ ପରେ କଂଗ୍ରେସର ଘୋଷଣାପତ୍ରକୁ ବୋଧ ହୁଏ ପଢିଥିଲେ ଅର୍ଥମନ୍ତ୍ରୀ । କଂଗ୍ରେସ ଘୋଷଣାପତ୍ରର ପୃଷ୍ଠା ୩୦ରେ ଲିଖିତ ଥିବା ରୋଜଗାର ବିଷୟରେ ସେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ଘୋଷଣାପତ୍ରର ପୃଷ୍ଠା ୧୧ରେ ଲିଖିତ ଥିବା ପ୍ରତିଶ୍ରୁତି ମଧ୍ୟ ଆରମ୍ଭ କରିଛନ୍ତି ସରକାର । ଏହାସହିତ କଂଗ୍ରେସ ଘୋଷଣାପତ୍ରର ଅନ୍ୟ କେତେକ ବିଚାରକୁ ଅର୍ଥମନ୍ତ୍ରୀ ନକଲ କରିଥିବା ଚିଦାମ୍ବରମ୍‍ କହିଛନ୍ତି ।

- Advertisement -

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories