www.samajalive.in
Saturday, December 6, 2025
14.1 C
Bhubaneswar

ଅନାସ୍ଥା ଭୋଟରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା

ଫୁଲବାଣୀ: ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି। ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ମତଦାନରେ ଅଂଶଗ୍ରହଣ କରିଥିଲେ। ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇ ଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ବିଜେପିର ଦୁଇ କାଉନସିଲର ଆଜିର ବୈଠକରେ ଅନୁପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ସ୍ମିତାରାଣୀ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ପୌରାଧ୍ୟକ୍ଷା ହୋଇଥିଲେ। ବର୍ତ୍ତମାନ ଫୁଲବାଣୀ ପୌର ପରିଷଦରେ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ବିଜେପିର ୪ ଜଣ ଅଛନ୍ତି। ଦୁଇ ସ୍ବାଧୀନ କାଉନସିଲର ବିଜେଡିକୁ ସମର୍ଥନ ଦେଉଛନ୍ତି।
ଗତ ଏପ୍ରିଲ ୧୦ ତାରିଖରେ ବିଜେଡିର ୭, ବିଜେପିର ଦୁଇ ଓ ଦୁଇ ସ୍ବାଧୀନ କାଉନସିଲରଙ୍କୁ ମିଶାଇ ସମୁଦାୟ ୧୧ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ। ଏ ନେଇ ବୈଠକ ପୂର୍ବରୁ ଦୁଇ ଥର ବିଭିନ୍ନ କାରଣରୁ ବାତିଲ ହୋଇ ଶେଷରେ ଆଜି ଅନାସ୍ଥା ଉପରେ ଆଲୋଚନା ସହ ମତଦାନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ବୈଠକ ପରିଚାଳନା କରିଥିଲେ।

ମାଟି ତଳୁ ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories