www.samajalive.in
Saturday, December 6, 2025
16.1 C
Bhubaneswar

ଉଖୁଣ୍ଡା ବନାଞ୍ଚଳରେ ତାଣ୍ଡବ ରଚିଲେ ହାତୀପଲ

ଝୁମ୍ପୁରା : ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳରେ ସୋମବାର ରାତିରେ ହାତୀପଲ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଘରେ ରହିଥିବା ଧାନ ଚାଉଳ ଖାଇବା ସହିତ ଘରର ଆସବାବ ପତ୍ରକୁ ପାଦରେ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଉଖୁଣ୍ଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ୨୭ଟି ହାତୀ ରହିଛନ୍ତି। ସୋମବାର ଦିନ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଉଖୁଣ୍ଡା ବନାଞ୍ଚଳ ସମେତ ହାତୀ ପାରାଷ୍ଟାପ ମାନେ ହାତୀ ମାନଙ୍କ ଗତି ବିଧି ଲକ୍ଷ୍ୟ ରଖିଥିଲେ। କିନ୍ତୁ ହାତୀ ସନ୍ଧ୍ୟାରେ ତିନି ଭାଗ ହୋଇ ଯାଇଥିଲେ। ଗୋଟାଏ ଦଳରେ ୨୩ ହାତୀପଲ ରହିଥିବା ବେଳେ ଆଉ ଗୋଟିଏରେ ଦୁଇଟି ରହି ଛନ୍ତି ଏବଂ ଗୋଟାଏ ଦନ୍ତା ହାତୀ ଏକୁଟିଆ ରହି ଯାଇଛି।

୨୩ ଟିକିଆ ହାତୀପଲ ବର୍ଦ୍ଧନା ଜଙ୍ଗଲରୁ ବାହାରି ଆସି ଭୂଇଁପୁର ଶିବ ମନ୍ଦିର ନିକଟ ଦେଇ କମଣ୍ଡ ଗ୍ରାମରେ ପ୍ରବେଶ କରି ସେଠାରେ ୩ଟି ଘର ଭାଙ୍ଗିବା ସହିତ ଘରେ ରହିଥିବା ଧାନ ଚାଉଳ ଖାଇବା ସହିତ ଆସବାବ ପତ୍ରକୁ ପାଦରେ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ହାତୀକୁ ଘୋଡାଇ ଥିଲେ। ସେଠାରୁ ହାତୀପଲ ଆସି ଶିରିକୁଆଁ ଗ୍ରାମର ତେନ୍ତୁଳିଖୁଣ୍ଟି ଗ୍ରାମରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଧାନ ଚାଉଳ ଖାଇବା ସହିତ ଘର ଗୁଡ଼ିକ ଭାଙ୍ଗି ଦେଇ ଥିବାରୁ ସାହିର ଦୁଇଟି ପରିବାର ବେସାହାରା ହୋଇପଡ଼ିଥିବା ଦେଖିବାକୁ ମିଳିଛି।
ସାହିର ରଜତ ବେହେରା, ଗୌରହରି ନାଏକ, ସୁମିତ୍ରା ନାଏକ, ପରମେଶ୍ବର ନାଏକ, ଅଭିମନ୍ୟୁ ନାଏକ, ଚନ୍ଦ୍ରିକା ନାଏକ ପ୍ରମୁଖ ଙ୍କ ଘର ଭାଙ୍ଗି ଦେଇଛନ୍ତି। ସାହିର ରଜତ ବେହେରା ଓ ପରମେଶ୍ବର ନାଏକଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ଯାହା ଫଳରେ ଏହି ଦୁଇ ପରିବାର ବେସାହାରା ହୋଇ ପଡିଛନ୍ତି। ସେହିପରି ୩ ଟିକିଆ ହାତୀ ପଲ ନିଶ୍ଚିନ୍ତପୁର ଗ୍ରାମରେ ପଶି ୩ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ୨୪ଟି ହାତୀ ଛେଳିଆନାଳ ଗ୍ରାମ ଠାରେ ଆଶ୍ରୟ ନେଇଛନ୍ତି। ବନବିଭାଗ ପକ୍ଷରୁ ହାତୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ହାତୀକୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକ ଗହଳି କରିଛନ୍ତି। ହାତୀ ଆଶ୍ରୟ ନେଇଥିବା ସ୍ଥାନରେ ଜନସାଧାରଣ ପହଞ୍ଚି ହାତୀ ମାନଙ୍କ ପଥର ପିଙ୍ଗିବା ସହିତ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ ମଧ୍ୟ ହାତୀ ମାନେ ଦିନ ବେଳା ଗୋଟାଏ ସ୍ଥାନରେ ନରହି ଗାଁ ଆଡକୁ ମାଡି ଆସୁଛନ୍ତି। ବର୍ତ୍ତମାନ ୨୪ଟି ହାତୀ ଛେଳିଆନାଳ ନିକଟରେ ରହିଥିବା ବେଳେ ୩ଟି ହାତୀ ନିଶ୍ଚିନ୍ତପୁର ଜଙ୍ଗଲରେ ଆଶ୍ରୟ ନେଇଛନ୍ତି ଏବଂ ଗୋଟାଏ ହାତୀ ବର୍ଦ୍ଧନା ଜଙ୍ଗଲରେ ଆଶ୍ରୟ ନେଇଛି। ହାତୀ ଦ୍ଵାରା କ୍ଷତି ଗ୍ରସ୍ତ ହୋଇଥିବା ପରିବାର ମାନଙ୍କୁ ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ତରଫରୁ ଦାବି ହେଉଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories