ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍କୁ ପ୍ରାଥମିକତା ପାଇଁ ସ୍ମରଣ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି, ବଜେଟ୍ରେ ୯ଟି କ୍ଷେତ୍ରକୁ ଫୋକସ୍ କରାଯାଇଛି।
୧. କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା
୨. ରୋଜଗାର ଏବଂ ଦକ୍ଷତା
୩. ସମାବେଶୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ
୪. ବିନିର୍ମାଣ ଏବଂ ସେବା
୫. ସହରୀ ବିକାଶ
୬. ଶକ୍ତି ସୁରକ୍ଷା
୭. ଭିତ୍ତିଭୂମି
୮. ଅଭିନବ, ଅନୁସନ୍ଧାନ ଏବଂ ବିକାଶ
୯. ଆଗାମୀ ପିଢିର ଉନ୍ନତି



