www.samajalive.in
Sunday, December 7, 2025
18.1 C
Bhubaneswar

କଟକରେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ: କଟକ ସହରରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବଡ ଧୁମଧାମ ସହକାରେ ପାଳିତ ହେଉଛି। ଏହି ଅବସରରେ କଟକ ସହରର ବିଭିନ୍ନ ସାହି ମସଜିଦ କମିଟି ପକ୍ଷରୁ ଶୋଭାଯାତ୍ରା ବାହାରିଥିଲା।  କଟକ ସହର ଓ ଉପକଣ୍ଠ ଅଞ୍ଚଳର ପାଖାପାଖି ୫୫ ରୁ ୬୦ ଟି ସାହି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତେ ନିଜ ନିଜ ସାହି ପରିକ୍ରମା କରିବା ପରେ ମାତମଠ ଛକଠାରେ ଏକାଠି ହୋଇଥିଲେ। ପରେ ସେଠାରୁ ସମସ୍ତେ ଏକସାଙ୍ଗରେ ବାହାରି ବକ୍ସି ବଜାର, ସୂତାହାଟ ଦେଇ ପ୍ରଫେଟ ମହମ୍ମଦଙ୍କ ପାଦଚିହ୍ନ ଥିବା କଦମ ଏ ରସୁଲଠାରେ ପହଞ୍ଚିଥିଲେ। ସେଠାରେ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏଥିରେ ମସଜିଦ, ମକ୍କା ମଦିନାର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା। ହଜାର ହଜାର ମୁସଲମାନ ଭାଇମାନେ ଏହି ବଡ଼ ପର୍ବ ରେ ସାମିଲ ହୋଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories